ଚିନ୍ତା ବଢ଼ାଇଲା କରୋନାର ନୂଆ ଲକ୍ଷଣ: ଏବେ ରୋଗୀଙ୍କର ହେଉଛି ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରୂପ ବଦଳାଉଥିବା କୋରନା ଭାଇରସ୍‌ ଏବେ ତାର ଲକ୍ଷଣ ବଦଳାଇଲାଣି। କରୋନା ରୋଗୀଙ୍କଠାରେ ଏବେ ନୂଆ ନୂଆ ସବୁ ଲକ୍ଷଣ ଦେଖାଦେଲାଣି। ପୂର୍ବରୁ ଜ୍ୱର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦେଉଥିଲେ କରୋନା ସନ୍ଧିଗ୍ଧ ବୋଲି କୁହାଯାଉଥିଲା। ଏବେ କିନ୍ତୁ କିଛି ନୂଆ ଲକ୍ଷଣ ସାମ୍ନାକୁ ଆସିଛି।

ଏହି ନୂଆ ଲକ୍ଷଣର ସୂଚନା ଦେଇଛି ଆମେରିକା ଗବେଷଣା ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍(ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର) ବା ସିଡିସି।

ସିଡିସିର ଗବେଷକମାନେ କରୋନା ରୋଗୀଙ୍କଠାରେ ପୂର୍ବଠାରୁ ଭିନ୍ନ ଭିନ୍ନ ଲକ୍ଷଣ ଦେଖିବାକୁ ପାଇଛନ୍ତି। ଏବି ବିଷୟରେ ଅଧିକ ଅଧ୍ୟୟନ କରି ସେ କେତେକ ଲକ୍ଷଣ ଖୋଜି ବାହାର କରିଛନ୍ତି।
ଏହି ନୂଆ ଲକ୍ଷଣଗୁଡ଼ିକ ହେଲା-

୧.ଦେହହାତ ଥଣ୍ଡା ହୋଇଯିବା ବା କୋଲାପ୍ସ ହୋଇଯିବା

୨.ରୋଗୀଙ୍କୁ ନିୟମିତ କମ୍ପ ଆସିବା ସହ ଦେହହାତ ଥଣ୍ଡା ପଡ଼ିଯିବା

୩-ଦେହହାତ ବିନ୍ଧା ହେବା

୪-ମୁଣ୍ଡବିନ୍ଧା

୫- ଜ୍ୱର, କାଶ ହେବା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା

୬-ତଣ୍ଟି ଦରଜ ହେବା

୭- ସ୍ୱାଦ ଓ ଗନ୍ଧ ବାରି ନପାରିବା

୮-ଛାତିରେ ଯନ୍ତ୍ରଣା

୯- ଓଠ ନୀଳ ପଡ଼ିବା ଓ ନିଦ ଠିକ ନହେବା

ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ସିଡିସି କହିଛି। ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ଲକ୍ଷଣ ଭାବେ କେବଳ କାଶ, ଜ୍ୱର, ତଣ୍ଟି ଦରଜ, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହାଲିଆ ଲାଗିବା, ଦେହ ଦରଜ ହେବା ଓ ଡାଇରିଆ କଥା କହିଥିଲା ହେଲେ ଏବେ ଏହି ନୂଆ ଲକ୍ଷଣ ଦେଖିବାକୁ ମିଳିଛି ବୋଲି ସିଡିସି କହିଛି।

ଅନ୍ୟପକ୍ଷରେ କରୋନା ଭାଇରସ ଚାଇନାରୁ ସୃଷ୍ଟି ହେବା ପରେ ୧୦ ଭାଗରେ ବିଭକ୍ତ ହୋଇଥିଲା। ଏହା ମଧ୍ୟରେ ଥିବା A2a ଭାଇରସ ଅନ୍ୟ ୯ଟି ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା। ଏହା ସଂକ୍ରମଣକୁ ଦ୍ରୁତଗତିରେ ବଢ଼ାଇଥିଲା।

ପଶ୍ଚିମବଙ୍ଗର କଲ୍ୟାଣୀରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ବାଓମେଡିକାଲ ଜେନୋମିକର ନିଧନ ବିଶ୍ୱାସ ଓ ପାର୍ଥ ମଜୁମଦାର କରିଥିବା ଗଭେଷଣାରୁ ଏକଥା ଜଣାପଡ଼ିଛି।

A2a ଖୁବଶୀଘ୍ର ମଣିଷର ଫୁସଫୁସରେ ପ୍ରବେଶ କରି ଏହାକୁ ନଷ୍ଟ କରିଦିଏ। ଗତବର୍ଷ ସାର୍ସ-କୋଭିଡ୍ ମଧ୍ୟ ମଣିଷର ଫୁସଫୁସରେ ପ୍ରବେଶ କରିଥାଏ। ହେଲେ A2a ତୁଳନାରେ ଏହା ଦ୍ରୁତଗତିରେ ବ୍ୟାପିପାରେ ନାହିଁ। ୪ ମାସ ହେଲା କୋଭିଡ-୧୯ ଭାଇରସ ଭଳି ଥିଲା। ମାର୍ଚ୍ଚ ଶେଷ ସପ୍ତାହ ବେଳକୁ A2a ଭଲି ଭାଇରସ ଏହାର ସ୍ଥାନ ନେବା ଆରମ୍ଭ କରିଥିଲା।

ଏହି A2a ଭାଇରସ ସମଗ୍ର ବିଶ୍ୱରେ ତାଣ୍ଡ କରୁଛି। ମଣିଷ ଶରୀରରେ ଥିବା ଅନ୍ୟ ଭାଇରସର ସ୍ଥାନ ନେଇ ଏହି A2a ଟାଇପ ଭାଇରସ ସାରସ-କୋଭିଡି୨କୁ ଅଧିକ ଶକ୍ତିଶାଳୀ କରିଛି।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

You might also like