ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନନେଲେ ଦିଲ୍ଲୀ ମନା। ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ମଧ୍ୟରେ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀକୁ ୫ ରାଜ୍ୟର ଜନତାଙ୍କ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଥିବା ସୂତ୍ର ଅନୁସାରେ ଜଣାପଡ଼ିଛି। କିଛି ରାଜ୍ୟରେ ଲଗାତାର କରୋନା ସଂକ୍ରମବଣ ବଢ଼ୁଥିବାରୁ କେଜ୍ରିୱାଲ ସରକାର ରାଜ୍ୟର ଜନତାଙ୍କ ହିତ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି।

ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରେଦଶ ଓ ପଞ୍ଜାମରୁ ଦିଲ୍ଲୀ ଆସୁଥିବା ଲୋକଙ୍କୁ ନଗେଟିଭ୍  ରିପୋର୍ଟ ଦେଖାଇବାକୁ ପଡ଼ିବ। ଆସନ୍ତା ଶନିବାର ଠାରୁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ‘ନେଭେଟିଭ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ୍‍’ ରିପୋର୍ଟ ଦେଖାଇଲେ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଦିଲ୍ଲୀ ଆସୁଥିବା ଲୋକଙ୍କ ହାତରେ ନେଗେଟିଭ୍ ରିପୋର୍ଟ ନଥିଲେ ଛଡ଼ାଯିବ ନାହିଁ ବୋଲି ଏହି ପାଞ୍ଚଟି ରାଜ୍ୟର ନୋଡାଲ ଅଧିକାରୀଙ୍କୁ କୁହାଯାଇଛି। ତେବେ ଏ ସମ୍ପର୍କରେ ଆଜି ବିଧିବଦ୍ଧ ଭାବେ ନିର୍ଦ୍ଦେଶାନାମା ଜାରି କରାଯିବ।

ବିମାନ, ଟ୍ରେନ୍ ଏବଂ ବସ୍  ଦ୍ୱାରା ଦିଲ୍ଲୀ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ନିମୟ ଲାଗୁ ହେବ। ଅନ୍ୟପଟେ ଘରୋଇ ଗାଡ଼ିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ। ଏହି ନିର୍ଦ୍ଦେଶାନାମା ୨୬ ଫେବୃଆରୀ  ମଧ୍ୟରାତ୍ରିରୁ ୧୫ ମାର୍ଚ୍ଚ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।ଗତ ସପ୍ତାହରେ ସମ୍ପୃକ୍ତ ରାଜ୍ୟ ମାନଙ୍କରେ ନୂଆ କରୋନା ଭାଇରସ୍ର ନୂଆ ଷ୍ଟ୍ରେନ୍ ଦେଖାଦେଇ ଥିବାରୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶୁଣାଯାଉଛି।

ସେହିପରି ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସଂକ୍ରମିତ ମୋଟ କରୋନା ସଂଖ୍ୟା ୬,୩୮,୦୨୮ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୯୧୦ ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ରୋଗରେ ଆକ୍ରାନ୍ତ ୬,୨ ୬, ୦୮୬ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ରାଜଧାନୀରେ   ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧୦୪୧ ଥିବାବେଳେ ଆଜି ପର୍ଯ୍ୟନ୍ତ, ୧.୨୦ କୋଟି ନମୁନା ପରୀକ୍ଷା କରାଯାଇଛି।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୭୪୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୦୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୩୦,୧୭୬ରେ ପହଞ୍ଚିଛି।

ଅନ୍ୟପଟେ  ଭାରତର ତିନି ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗନା ଏବଂ କେରଳରେ କୋଭିଡ-୧୯ର ଦୁଇଟି ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି। ତେବେ ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର କାରଣ ଯେ ଏହି ନୂଆ ଷ୍ଟ୍ରେନ ତାହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ନୂଆ ଭାରିଏଣ୍ଟର ନାମ N440K ଏବଂ E484K। E484K ଏମିତି ଭାଇରସ ଯାହାକୁ ଶରୀରର ଇମ୍ୟୁନ ରେସ୍‌ପନ୍ସ ନଷ୍ଟ କରିବାରେ ବିଫଳ ହୋଇଛି। ସେହିପରି N440K ଭାଇରସ ଖୁବ୍‌ ଶୀଘ୍ର ସଂକ୍ରମିତ ହୋଇ ଯାଉଛି।

Other Stories