ମାସ୍କ ପିନ୍ଧିବାକୁ କହିବାରୁ ମରଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି ହେଲେ ୨ ଭାଇ

ମୁମ୍ୱାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିକାର ପାଇଁ ସରକାର ୩ୟ ପର୍ଯ୍ୟାୟ ଲକ‌ଡାଉନ୍‌ ଜାରି କରିଛନ୍ତି।  ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଇଁ ସରକାର ଲୋକମାନଙ୍କ ନିକଟରେ ଅପିଲ କରିଛନ୍ତି। କିଛି ବ୍ୟକ୍ତି ଏହି ନିୟମକୁ ମାନୁଥିବାବେଳେ କେତେକ ଲୋକ ଏହାକୁ ମାନୁନଥିବା ଜଣାପଡିଛି।

ଏମିତି କିଛି ନିୟମ ଉଲ୍ଲଘଂନକାରୀଙ୍କୁ ଦେଖିବାକୁ ମିଳିଛି ମୁମ୍ୱାଇର ତିଲକ ନଗର ଅଞ୍ଚଳରେ । ଏହି ନିୟମ ଉଲ୍ଲଘଂନକାରୀମାନେ ମାସ୍କ  ପିନ୍ଧୁ ନାହାନ୍ତି, ସାମାଜିକ ଦୂରତାକୁ ମଧ୍ୟ ମାନୁନାହାନ୍ତି। ସବୁଠାରୁ ଦୁଃଖର କଥା ହେଉଛି, ଏନେଇ ତାଙ୍କୁ କେହି ବିରୋଧ କଲେ ସେମାନେ ଆକ୍ରମଣର ଶିକାର ହୋଇଛନ୍ତି।

ମୁମ୍ବାଇର ଏହି ଆଇନ ଉଲ୍ଲଘଂନକାରୀଙ୍କୁ ଜଣେ ବ୍ୟକ୍ତି ବିରୋଧ କରିବାରୁ ତାଙ୍କ ପରିବାର ଲୋକଙ୍କୁ ଖଣ୍ଡା ଓ ଛୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ରାଜୱାଡି ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ତିଲକ ନଗର ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁଯାୟୀ, ରବିବାର ସକାଳେ କିଛି ଲୋକ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତାକୁ ମାନିନଥିଲା।  ଏନେଇ ନବନିତ୍‌ ରାଣା ନାମକ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିଥିଲେ। ଏହା ପରେ ଯେଉଁମାନେ ନିୟମ ଭଙ୍ଗ କରୁଥିଲେ ସେମାନେ ନବନିତ୍‌ଙ୍କୁ ମାରପିଟ୍‌ କରିଥିଲେ। ସଂନ୍ଧ୍ୟା ପ୍ରାୟ ୮ବେଳେ କିଛି ଲୋକ ହାତରେ ଖଣ୍ଡା ଓ ଛୁରି ଧରି ନବନିତ୍‌ଙ୍କ ଘରକୁ ଯାଇଥିଲେ। କିନ୍ତୁ ଘରେ ସେହି ସମୟରେ ନବନିତ୍‌ ନଥିଲେ। ତାଙ୍କର ଦୁଇ ଭାଇ ଘରେ ଥିଲେ। ସେମାନେ ରାଗରେ ତାଙ୍କର ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହାତ ହୋଇ ମେଡିକାଲରେ ଭର୍ତ୍ତି  ହୋଇଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

You might also like