ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ଭବନରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ଭାଇରସ ସଙ୍କଟ ଦେଖାଦେଇଛି। ସେଠାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାମ କରୁଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ହେଉଛି।

ଉକ୍ତ କର୍ମଚାରୀ ଜଣକ ଗତ କିଛି ଦିନ ହେଲା ଜ୍ୱର, କାଶ ଏବଂ ଶ୍ୱାସ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ସେ କିଛି ଦିନ ହେଲା କାର୍ଯ୍ୟାଳୟକୁ ମଧ୍ୟ ଆସୁ ନ ଥିଲେ। ତେବେ ତାଙ୍କର ପଜିଟିଭ ଆସିବା ପରେ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି। ତାଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ଏଥିସହିତ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଏବଂ ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ମଧ୍ୟ ତନାଘନା ଚାଲିଛି।

ଲୋକସଭା ସଚିବାଳୟ ପୂର୍ବରୁ ରାଷ୍ଟ୍ରପତି ଭବନ ପରିସରରେ ଜଣେ ମହିଳା କରୋନରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ଏହି ଘଟଣା ପରେ ସଂପୃକ୍ତ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, ରାଷ୍ଟ୍ରପତି ଭବନ ପରିସରରେ ରହୁଥିବା ୧୨୫ଟି ଘରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

COVID-19କୁ ନେଇ ବଢିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି ଭାଇରସ୍‌‌

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like