ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୧୯,୪୫୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗମ୍ଭୀର ହେଲାଣି  କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା।  ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ଯେତିକି ବଢୁଛି, ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପାଇ ୧୬ ହଜାର ୪୭୫ରେ ପହଞ୍ଚିଲାଣି।

ଗତ ୨୪ ଘଣ୍ଟାରେ ଦେଶରେ ୧୯,୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଲାଣି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ ମୋଟ ଆକ୍ଟିଭ୍ କେସ୍ ୨,୧୦, ୧୨୦ ଥିବାବେଳେ  ସୁସ୍ଥ ହୋଇଛନ୍ତି ୩,୨୧,୭୨୩।  ମହାରାଷ୍ଟ୍ରରେ ସର୍ବାଧିକ ୧, ୬୪,୬୨୬ ଆକ୍ରାନ୍ତ ହୋଇଥିବାବେଳେ  ୭,୪୨୯ ଜଣଙ୍କର କରୋନାରେ ପ୍ରାଣହାନୀ ଘଟିଛି।  ସେହିପରି ଦିଲ୍ଲୀରେ ୮୩,୦୭୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨,୬୨୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ତାମିଲନାଡୁରେ ୮୨,୨୭୫ ଆକ୍ରାନ୍ତ ହୋଇଥିବା ବେଳେ ୧,୦୭୯ ଜଣଙ୍କର ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ୧୭, ୨୮୩ ଜଣଙ୍କର କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୩୯ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

You might also like