ଦେଶରେ ୧୦୦୦ ପାର କଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:କରୋନା ଭାଇରସ୍‌ର ଭୟାବହତା ଭାରତରେ କାୟା ବିସ୍ତାର କରୁଛି। ଦେଶରେ ପ୍ରାୟ ୩୧,୩୩୨ ମାମଲା ସାମ୍ନାକୁ ଆସି ସାରିଥିବାବେଳେ ଏଥିରୁ ୭,୬୯୬ ଲୋକ ଠିକ୍‌ ହୋଇ ପାରିଛନ୍ତି। ତେବେ ସରକାରୀ ସୂଚନା ଅନୁସାରେ ଦେଶରେ ପ୍ରାୟ ୧୦୦୭ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା।

ଏହି ରୋଗରେ ସର୍ବାଧିକ ମୃତ୍ୟୁ ଘଟିଛି ମହାରାଷ୍ଟ୍ରରେ। ଏଠାରେ କରୋନାରେ ୪୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ଏଠାରେ ୯, ୩୧୮ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧,୩୮୮ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଲକଡାଉନ ସତ୍ତ୍ୱେ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଘଟଣା ଉଦ୍ଧବ ସରକାରଙ୍କ ଚିନ୍ତା ବଢାଇଛି।

ଏହା ବ୍ୟତୀତ ଗୁଜରାଟରେ ୧୮୧ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହିତ ମଧ୍ୟପ୍ରଦେଶରେ ୧୨୦ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା।

ଆହୁରି ପଢ଼ନ୍ତୁ

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଦିନକରେ ସୁସ୍ଥ ହେଲେ ୩୬୦୭ କରୋନା ଆକ୍ରାନ୍ତ

କଟକ ବଡ଼ ମେଡିକାଲ କୋଭିଡ୍ ଓ୍ୱାର୍ଡର ଅବ୍ୟବସ୍ଥାର ଭିଡିଓ ଭାଇରାଲ

ରାଜ୍ୟରେ ଆଉ ଜଣେ ବିଧାୟକ କରୋନାରେ ଆକ୍ରାନ୍ତ

‘ଭୟଙ୍କର ସ୍ଥିତିରେ ଟ୍ଵିନ ସିଟି, ଅଯୋଗ୍ୟ ଅଫିସରଙ୍କ ହାତରେ ରହିଛି କୋଭିଡ ଦାୟିତ୍ଵ’

ଆସନ୍ତାବର୍ଷ ଆରମ୍ଭରୁ ମିଳିବ କରୋନା ଭ୍ୟାକସିନ୍!

You might also like