ଦେଶର ଜିଡିପିକୁ ବଡ଼ ଝଟକା : ବିକାଶ ଦର ୭.୩ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ : ଦେଶର ଅର୍ଥବ୍ୟବସ୍ଥାକୁ ଘାଇଲା କଲା ମହମାରୀ । କରୋନାର ଦ୍ୱିତୀୟ ଲହରୀରେ ଭାରତର ଅର୍ଥବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭାରତ ସରକାରଙ୍କ ତାଜା ତଥ୍ୟ ଅନୁସାରେ ୨୦୨୦-୨୧ରେ ଜିଡିପି ୭.୩ ପ୍ରତିଶତ ହ୍ରାସ ପାଇଛି । ଚାରି ଦଶନ୍ଧି ମଧ୍ୟରେ ଦେଶର ଜିଡିପିରେ ଏହା ସବୁଠାରୁ ବଡ ହ୍ରାସ । ଅନ୍ୟପଟେ ଗତ ବର୍ଷ ତଥା ୨୦୧୯-୨୦ରେ ଏହା ୪ ପ୍ରତିଶତ ରହିଥିଲା । ସେହିପରି ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଅଭିବୃଦ୍ଧି ହାର ରହିଥିଲା ୧.୬ ପ୍ରତିଶତ ।

ତଥ୍ୟ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥାରେ ୨୦୨୦-୨୧ରେ ୭.୩ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ଚାରି ପ୍ରତିଶତ ଦରରେ ବୃଦ୍ଧି ହୋଇଥିଲା । ଗତ ଆର୍ଥିକ ବର୍ଷରେ ଏକ୍ସକ୍ଟଗ୍ଦଗ୍ଦ ଠବକ୍ଷଙ୍କର ଇୟୟରୟରେ ୬.୨ ପ୍ରତିଶତ ହ୍ରାସ ପାଇଥିଲା । ଅର୍ଥନୀତିର ଅଭିବୃଦ୍ଧି ହାର ବିଷୟରେ ଜାଣିବା ପାଇଁ ଏକ ଅପେକ୍ଷାକୃତ ଭଲ ଉପାୟ । ଚଳିତ ବର୍ଷ ଫେବୃଆରୀରେ ପ୍ରକାଶିତ ଅଗ୍ରୀମ ଆକଳନ ଅନୁସାରେ ନିଜେ କେନ୍ଦ୍ର ସରକାର ପୂରା ଆର୍ଥିକ ବର୍ଷ ୨୦୨୦-୨୧ର ଡଜିଡିପି ୮ ପ୍ରତିଶତ ହ୍ରାସର ଅନୁମାନ ଲଗାଇଥିଲେ । ହେଲେ ଏଥିରେ ସାମାନ୍ୟ ସୁଧାର ଆସିଛି । ଦେଶର ଅଭିବୃଦ୍ଧି ହାର ୭.୩ ପ୍ରତିଶତ ହ୍ରାସ ପାଇଛି ।

ଗତ ଆର୍ଥିକ ବର୍ଷର ଶେଷ କ୍ୱାଟରରେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଥିଲା ୧୪ ପ୍ରତିଶତ । ସେହିପରି ୟୁଟିଲିଟି କ୍ଷେତ୍ରର ଅଭିବୃଦ୍ଧି ହାର ୯.୧ ପ୍ରତିଶତରେ ପହଞ୍ଚିିଥିଲା । ୟୁଟିଲିଟିର ଗ୍ୟାସ୍, ବିଦ୍ୟୁତ୍, ଜଳ ଯୋଗାଣ ଆଦି ଅନ୍ତର୍ଭୁକ୍ତ କରେ । ଅନ୍ୟପକ୍ଷରେ ସର୍ଭିସେସରେ ଅଭିବୃଦ୍ଧି ହାର ୨.୩ ପ୍ରତିଶତ ହ୍ରାସ ପାଇଥିଲା । ସର୍ଭିସେସରେ ହୋଟେଲ, ବାଣିଜ୍ୟ ଏବଂ ପରିବହନ ପରି ଜିନିଷ ଅନ୍ତର୍ଭୁକ୍ତ  ।

କରୋନାର ଦ୍ୱିତୀୟ ଲହରୀ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ଏହି କାରଣରୁ ପ୍ରଥମ କ୍ୱାଟରରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କରାଯାଇଛି । କରୋନାର ପ୍ରଥମ ଲହରୀ ପରେ ରାସ୍ତାକୁ ଫେରୁଥିବା ଅର୍ଥବ୍ୟବସ୍ଥା ଉପରେ ପୁଣି ଥରେ ଦ୍ୱିତୀୟ ଲହରୀର ମାଡ଼ ପଡ଼ିଛି । ତେବେ ଦ୍ୱିତୀୟ ଲହରୀର କେବଳ ଏପ୍ରିଲ-ଜୁନ୍ କ୍ୱାଟର ଉପରେ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

You might also like