କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

ଭୁବନେଶ୍ୱର: କୌଣସି ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା। କରୋନାରେ ଆକ୍ରାନ୍ତ ହୋଇ କୌଣସି  ବିତରଣକାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସୋ ରୁମ୍ କର୍ମଚାରୀ, ଗୋଦାମ କର୍ମଚାରୀ, ମେକାନିକ ଏବଂ ଡେଲିଭରି ବୟଙ୍କ କ୍ଷେତ୍ରରେ ଏହି ଆର୍ଥିକ ସହାୟତା ଦେବେ ଏସବୁ କମ୍ପାନୀ।  କମ୍ପାନୀ ଗୁଡ଼ିକ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରିଟ୍ୱିଟ୍‌ କରି ବର୍ତ୍ତମାନ ସ୍ଥିତିରେ ଏହା ମାନବପଣିଆ ଦେଖାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ସୂଚନାଥାଉ କି, ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତିରେ ଗ୍ୟାସ ବିତରଣକୁ ନେଇ ଲୋକେ ସନ୍ଦେହରେ ଅଛନ୍ତି।  ଅନେକ ଭୟରେ ରୋଷେଇ ଗ୍ୟାସ୍‌ ବୁକ୍‌ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ରୋଷେଇ ଗ୍ୟାସ୍‌ ଯୋଗାଣ ସ୍ୱାଭାବିକ ରହିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛି  । କରୋନା ଭୟରେ ବି ଏହାର କର୍ମଚାରୀମାନେ କାମ କରୁଛନ୍ତି।

You might also like