Corona Deaths In India: ୨୪ ଘଣ୍ଟାରେ ୮୧୯ ଜଣଙ୍କ ମୃତ୍ୟୁ, ୬୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୯, ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୯ଜଣଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୫,୨୮୮ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୧,୧୬୬ରେ ପହଞ୍ଚିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌-୭,୮୫,୯୯୬ ଥିବାବେଳେ ୨୮,୩୯,୮୮୨ଜଣ ସୁସ୍ଥ ହୋଇଛନ୍ତି। ୬୫,୨୮୮ଜଣଙ୍କ ମୃତ୍ୟୁ ଘଟିଛି।

You might also like