ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ମେକ୍ସିକୋ: ବିଶ୍ୱରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା। ଏବେସୁଦ୍ଧା ୪ ଲକ୍ଷ ୨ ହଜାର ୯୪ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟାରେ ମେକ୍ସିକୋରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ହଜାର ୫୯୩ଟି ନୂଆ ମାମଲା ସାମନାକୁ ଆସିଛି। ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୮୭ ଜଣ। ଏଠାରେ ଦିନକରେ ୨୯୦୭ ନୂଆ ମାମଲା ସାମ୍ନାକୁ ଆସିଛି।

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଛୁଇଁବାକୁ ଯାଉଛି। ଏଯାଏ ବିଶ୍ୱରେ ମୋଟ ୬୯ ଲକ୍ଷ ୭୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଏଥିମଧ୍ୟରୁ ୩୪ ଲକ୍ଷ ୧୧ ହଜାର ୨୮୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୧ ଲକ୍ଷ ୬୧ ହଜାର ୩୪୬ ଆକ୍ଟିଭ୍ କେସ୍ ରହିଛି।

ଆମେରିକାରେ ସର୍ବାଧିକ ୧୯ ଲକ୍ଷ ୮୮ ହଜାର ୫୪୪ ଜଣ କରୋନରେ ଆକ୍ରାନ୍ତ ହୋଇଥିବା ବେଳେ ୧ ଲକ୍ଷ ୧୨ ହଜାର ୯୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଲଣ୍ଡନରେ ମୃତ୍ୟୁ ସଂଖ୍ୟା ୪୦ ହଜାର ପାର କରିଛି।

ବ୍ରାଜିଲରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୬ ହଜାର ଟପିଛି। ସ୍ପେନରେ ୨୭ ହଜାରରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଇଟାଲୀରେ ୩୩ ହଜାରରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି। ସଂକ୍ରମଣ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଆମେରିକା ପଛକୁ ଅଛନ୍ତି ବ୍ରାଜିଲ, ରୁଷିଆ ଓ ସ୍ପେନ୍ ରହିଛନ୍ତି।

You might also like