ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୯୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମାହାମାରୀରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସେପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ହଜାର ୯୪୬ ଜଣ ସକ୍ରିୟ ରହିଥିବା ବେଳେ ୩୪ ହଜାର ୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Can genetics explain the degrees of misery inflicted by the ...

ଦେଶର ଚିନ୍ତା ବଢାଇଛି ମହାରାଷ୍ଟ୍ର। ଏଠାରେ ବେକାବୁ ହୋଇଛି କରୋନ ସ୍ଥିତି। ରାଜ୍ୟରେ ୩୦ ହଜାର ଟପିଛି କୋଭିଡ ୧୯ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଶହ ଆକ୍ରାନ୍ତ ଚିହ୍ନଟ ହେବା ସହ ୬୭ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ମୁମ୍ବାଇରେ ସ୍ଥିତି ଅତି ଗମ୍ଭୀର ରହିଛି। କେବଳ ମୁମ୍ବାଇରେ ୧୮ ହଜାର ୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ସହ ସଂଖ୍ୟା ମୃତ୍ୟୁ ୬୯୬ରେ ପହଞ୍ଚିିଛି।
ସେହିଭଳି ପୁଣେରେ ୭ଜଣ, ଔରଙ୍ଗାବାଦରେ ୫ଜଣ, ଜଲଗାରେ ୩ ଜଣ ଏବଂ ନାଶିକ ଓ ସୋଲାପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।  ଗତକାଲି ୫୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୭ ହଜାର ୮୮ରେ ପହଞ୍ଚିଛି। ରାଜ୍ୟରେ ଏବେ ୨୨ ହଜାର ୪୭୯ ଆକ୍ଟିଭ୍ କେସ୍ ରହିଛି।

How the Economy Will Look After the Coronavirus Pandemic

ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା  ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ  ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 

You might also like