‘ମୋବାଇଲରେ ରହିଛି କରୋନା ସଂକ୍ରମଣର ଭୟ’

ନୂଆଦିଲ୍ଲୀ:  ମୋବାଇଲ୍ କରୋନାର ବାହାକ ହୋଇପାରେ। ଏମିତି ଚେତାବନୀ ଦେଇଛନ୍ତି ଏମ୍ସର ଡାକ୍ତର। ତେଣୁ ମୋବାଇଲ ବ୍ୟବହାର ବିଶେଷକରି ହସ୍ପିଟାଲରେ ମୋବାଇଲ୍ ବ୍ୟବହାର ଉପରେ ରୋକ୍ ଲାଗିବା ଦରକାର ବୋଲି ଏମ୍ସ ରାୟପୁରର କିଛି ଡାକ୍ତର କହିଛନ୍ତି।

ବିଏମଜି ଗ୍ଲୋବାଲ ହେଲଥ ଜୋର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମୋବାଇଲ ଫୋନକୁ ସମସ୍ତେ ହାତରେ ଧରିଥାନ୍ତି। ଫୋନରେ କଥା ହେବା ବେଳେ ଏହା ଶରୀରର ସଂସ୍ପର୍ଶରେ ମଧ୍ୟ ଆସିଥାଏ। ତା ଛଡ଼ା ଫୋନ କଲ ଆସିଲେ ହାତ ଧୋଇ ଧରିବାକୁ ପ୍ରାୟ ସମସ୍ତେ ଭୁଲି ଯାଆନ୍ତି। ସେତିକି ନୁହେଁ, ଫୋନ କରି ସାରିବା ପରେ ତାଙ୍କୁ ଧୋଇବା ବି ସମ୍ଭବ ନୁହେଁ। ତେଣୁ କରୋନା ସ୍ଥିତିରେ ମୋବାଇଲ ଫୋନ ବିପଦର କାରଣ ହୋଇପାରେ।

ଏହି ଡାକ୍ତର ଆହୁରି କହିଛନ୍ତି, ସ୍ୱାସ୍ଥ୍ୟକର୍ମୀମାନେ ପ୍ରତି ୧୫ ମିନିଟରୁ ୨ ଘଣ୍ଟା ମଧ୍ୟରେ ନିଜର ମୋବାଇଲ ଫୋନ୍ ଧରୁଛନ୍ତି। ଯଦି ଜଣେ ସଂକ୍ରମିତ ବ୍ୟକ୍ତି ମୋବାଇଲ୍ ସଂସ୍ପର୍ଶରେ ଆସିଥିବେ ତାହାଲେ ମୋବାଇଲରେ ଭାଇରସ ଲାଗି ହୋଇ ରହିବାର ସମ୍ଭାବନା ରହିଛି। ଖାଲି ମୋବାଇଲ ନୁହେଁ, ଚାର୍ଜର ଏବଂ ହେଡଫୋନରେ ମଧ୍ୟ ସେହି ଆଶଙ୍କା ରହିଛି।

ତେଣୁ ମୋବାଇଲ ବ୍ୟବହାର ଉପରେ କଟକଣା ଉପରେ ଡାକ୍ତରମାନେ  ଗୁରୁତ୍ୱ ଦେଇଛନ୍ତି।

You might also like