କରୋନା ମହାମାରୀ ପାଇଁ ପୂର୍ବତଟ ରେଳପଥର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ଏହା ଅଧିନରେ ଥିବା ସମସ୍ତ ଷ୍ଟେସନ, ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟ, ବିଶାଖାପାଟଣା, ଖୋର୍ଦ୍ଧା ରୋଡ୍, ସମ୍ୱଲପୁର ସ୍ଥିତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଓ ଲୋକୋ ସେଡ୍, ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଇତ୍ୟାଦି ଭଳି ଅନ୍ୟାନ୍ୟ ରେଳବାଇ ୟୁନିଟ୍ ଗୁଡ଼ିକରେ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି, “ଦେଶର ପ୍ରତି କୋଣ ଓ ଅନୁକୋଣକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଶ୍ରମିକ ଏକ୍ସପ୍ରେସ୍ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ମାଧ୍ୟମରେ ପ୍ରବାସୀ ମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ପୂର୍ବତଟ ରେଳପଥ କୋଭିଡ୍-୧୯ ବିରୋଧରେ ହେଉଥିବା ଲଢ଼େଇରେ ଏକ ପ୍ରମୁଖ ଭୂମିକା ତୁଲାଉଛି।”

ଏହି ବିଶ୍ୱ ମହାମାରୀ ପରିସ୍ଥିତିରେ ଅତି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ଆମକୁ ସରକାରଙ୍କ ଗାଇଡଲାଇନକୁ ପାଳନ କରିବାକୁ ପଡ଼ିବ। ହାତ ଧୋଇବା, ସାନିଟାଇଜ୍ କରିବା, ମାସ୍କର ବ୍ୟବହାର କରିବା, ସାମାଜିକ ଦୂରତ୍ୱ ରକ୍ଷା ବିଷୟରେ ଜାଣିବା ତଥା ଅଭ୍ୟାସ କରିବା ଉଚିତ୍, ଯାହାଦ୍ୱାରା କୋଭିଡ୍–୧୯ ପାଇଁ ହେଉଥିବା ସଂକ୍ରମଣକୁ ରୋକିବାପାରିବା। ବର୍ତ୍ତମାନ ସମୟରେ ଏହି ଶ୍ରେଣୀୟ ବିଶ୍ୱ ମହାମାରୀ ପ୍ରଥମଥର ପାଇଁ ଘଟିଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି ସମସ୍ତ ପ୍ରକାର ସତର୍କତା ଗ୍ରହଣ କରିବା ଉଚିତ୍ ବୋଲି ଶ୍ରୀ ବିଦ୍ୟାଭୂଷଣ ସମସ୍ତ ରେଳ କର୍ମଚାରୀ ଓ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି।

ଏହି ସଚେତନତା କାର୍ଯ୍ୟକ୍ରମରେ ୧୦ଟି ସୋପାନ ପ୍ରଣାଳୀକୁ ଅନୁସରଣ କରି ଉପଯୁକ୍ତ ଭାବେ ହାତ ଧୋଇବା ଏବଂ ସାନିଟାଇଜେସନ୍ ପଦ୍ଧତି ବିଷୟ ପ୍ରଦର୍ଶିତ କରାଯାଉଛି। ଏହା ବ୍ୟତୀତ ଲୋକମାନଙ୍କୁ ମାସ୍କ ବିତରଣ କରାଯାଉଛି। ରେଳବାଇ ମେଡ଼ିକାଲ ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ସେନାପତି ମାସ୍କ ପିନ୍ଧିବାର ଉପଯୁକ୍ତ ପଦ୍ଧତି ଓ ସାନିଟାଇଜର୍ ବ୍ୟବହାର ସମ୍ବନ୍ଧରେ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।

ପ୍ଲାଟଫର୍ମ ଓ ଅନ୍ୟାନ୍ୟ ରେଲୱେ କର୍ଯ୍ୟାଳୟର ପ୍ରବେଶପଥରେ ତରଳ ସୋପ୍ ଓ ଆଲ୍‌କହଲ୍ ଭିତ୍ତିକ ସାନିଟାଇଜରର ବ୍ୟବସ୍ଥା କରାଯାଉଛି। ଯାତ୍ରୀ ଓ ରେଳ ବ୍ୟବହାରକାରୀମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରମୁଖ ଷ୍ଟେସନ ମାନଙ୍କରେ କୋଭିଡ୍–୧୯ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ମାସ୍କର ଉପଯୁକ୍ତ ବ୍ୟବହାର ଓ ବାରମ୍ବାର ହାତ ଧୋଇବା ସାମାଜିକ ଦୂରତ୍ୱ ସମ୍ୱନ୍ଧରେ ବାରମ୍ୱାର ଘୋଷଣା ମାନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ ମେଡ଼ିକାଲ ନିର୍ଦ୍ଦେଶକ ଡଃ ରଞ୍ଜନ କୁମାର ପାଣି ସଂଯୋଜନା କରିଥିଲେ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

You might also like