କୋଳରେ ୭ ମାସର ଶିଶୁ, ଏକ ସପ୍ତାହ ଚାଲିବା ପରେ ପହଞ୍ଚିବେ  ଘରେ 

ନୂଆଦିଲ୍ଲୀ: ଦେଶ ଲକଡାଉନ ଘୋଷଣା ହେବା ପରେ ହଜାର ହଜାର ପ୍ରତିଷ୍ଠାନ ନିଜ କର୍ମଚାରୀଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛି । ହେଲେ ଏହାପରେ ସାରା ଦେଶରେ ଘରୋଇ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ସମସ୍ୟା ବଢିଯାଇଛି । ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ଆମେ ସବୁଦିନ ସୋଶାଲ ମିଡିଆରୁ ଦେଖିବାକୁ ପାଉଛୁ । ଗୁରୁଗ୍ରାମରେ କାମ କରୁଥିବା ରାଜକୁମାର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ବସ୍‌ ମଧ୍ୟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରାଜକୁମାରଙ୍କ ଘର ଏଠାରୁ ହଜାର କିମି ଦୂର ବିହାରର ଛାପରାରେ । ତାଙ୍କ ପାଖରେ ମାତ୍ର ଏକ ହଜାର ଟଙ୍କା ଥିଲା । ଆଗାମୀ ଦରମା କେବେ ଆସିବ ତାହା ମଧ୍ୟ ଠିକ୍‌୍ ନାହିଁ । ତେଣୁ ଗୁରୁ ଗ୍ରାମରେ ରହିଲେ କେମିତି ଚଳିବେ ? ଏହା ଭାବି ସେ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲେ ।

୍ଣଶଷରେ ନିଜର ପତ୍ନୀ, ୩ ମାସର ଛୁଆ ଏବଂ ୫୮ ବର୍ଷର ମାଙ୍କ ସହ ବୁଧବାର ସକାଳେ ଚାଲି ଚାଲି ଗାଁ ଅଭିମୁଖେ ବାହାରିଲେ । ସେ ଏକା ନୁହେଁ, ତାଙ୍କ ପରି ଅନେକ ଲୋକ ଏମିତି ଚାଲି ଚାଲି ଯାଉଛନ୍ତି । ତେଣୁ କିଛି ନା କିଛି ଉପାୟ ବାହାରିବ ଭାବି ସେ ଚାଲି ଚାଲି ଯିବାକୁ ନିଷ୍ପତି ନେଇଥିଲେ । ଗୋଟିଏ ଦିନରେ ୫୦ କିମି ଦୂର ଯିବା ପାଇଁ ସ୍ଥିର କରିଥିଲେ । କିଛି ସ୍ଥାନୀୟ ଲୋକ ତାଙ୍କ ଖାଇବା ପାଇଁ ପ୍ୟାକେଟ ଦେଇଥିଲେ । ତଥାପି ତାଙ୍କର ଆଶା ଥିଲା ଘରକୁ ଯିବା ପାଇଁ କିଛି ନା କିଛି ସାଧନ ମିଳିଯିବ । ବୁଧବାର ସୁଦ୍ଧା ରାଜକୁମାର ଗାଜିଆବାଦରେ ପହଞ୍ଚି ଯାଇଥିଲେ । ଏହି ସମୟରେ ରାଜକୁମାର ମିଡିଆକୁ କହିଛନ୍ତି, ‘ମୁଁ ଗୁରୁଗ୍ରାମରେ ରହିଥିଲେ ଘରଭଡା କେମିତି ଦେଇଥାନ୍ତି ? କ’ଣ ଖାଇଥାନ୍ତି ? ତେଣୁ ଘରକୁ ଫେରିବା ବ୍ୟତୀତ ମୋ ପାଖରେ କୌଣସି ଚାରା ନ ଥିଲା । ପରିସ୍ଥିତି ସ୍‌:ାଭାବିକ୍‌୍ ହେବା ପରେ ମାଲିକ ଯଦି ଫୋନ କରି ଡକାନ୍ତି ତେବେ ଆସିବି ।’

ଖାଲି ରାଜକୁମାର ନୁହେଁ, ତାଙ୍କ ପରି ଅନେକ ଏମିତି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ମନୋଜ ଠାକୁର ନାମକ ଜଣେ ବ୍ୟକ୍ତି ଗାଜଆବାଦ ବୈଶାଳୀର ଏକ ଫ୍ୟାକ୍ଟିରେ କାମ କରନ୍ତି । ଆନନ୍ଦ ବିହାର ବସ୍‌ ଟର୍ମିନାଲରୁ ତାଙ୍କୁ କୌଣସି ସାଧନ ନ ମିଳିବାରୁ ସେ ୧୦ ଘଣ୍ଟା ଚାଲି ଚାଲି ଆସି ଶେଷରେ ପହଞ୍ଚିଛନ୍ତି ଦାଦ୍ରିରେ । ସେ କହିଛନ୍ତି ‘ ମୁଁ ଫ୍ୟାକ୍ଟ୍ରି ନିକଟରେ ଏକ  ଘର ଭଡା ନେଇ ରହୁ୍‌ଥିଲି । ଅପରାହ୍ନ ୩ଟାରେ ଚାଲି ଚାଲି ଆସିବା ଆରମ୍ଭ କଲି । । ରାତି ଗୋଟାଏରେ ଦାଦ୍ରିରେ ପହଞ୍ଚିଲି । ମୋ ପାଖରେ ନା ଖାଇବାକୁ କିଛି ଥିଲା ନା ପିଇବାକୁ । ରାସ୍ତାରେ ଗୋଟିଏ ହେଲେ ବି ଦୋକାନ ଖୋଲା ନ ଥିଲା । ମନୋଜଙ୍କୁ ତାଙ୍କର ୟୁପି ସ୍ଥିତ ଘରେ ପହଞ୍ଚିବା ପାଇଁ ୧୬୦ କିମି ବାଟ ଚାଲି ଚାଲି ଯିବାକୁ ପଡ଼ିବ ।

ସେହିପରି ମନୋରମା ନାମ୍ନୀ ଜଣେ ମହିଳ  ତାଙ୍କର ୧୧ ବର୍ଷର ଝିଅକୁ ଧରି ଚାଲିଚାଲି ଘରକୁ ଫେରୁଛନ୍ତି । ସେ କହିଛନ୍ତି, ଆମ ପରି ଲୋକଙ୍କୁ ବଞ୍ଚବା ପାଇଁ ମଜଦୁରୀ କରିବାକୁ ପଡିଥାଏ । ଆମ ପାଖରେ ଏତେ ଟଙ୍କା ବି ନାହିଁ ଯେ ବିନା କାମରେ ଆମେ ମାସକର ଘରଭଡ଼ା ଦେଇ ପାରିବୁ । ତେଣୁ ରାତାରାତି ଏମିତି ବନ୍ଦ ଘୋଷଣା କରିବା ପୂର୍ବରୁ ଆମ କଥା ଭାବିବା ଉଚିତ୍‌ ଥିଲା ବୋଲି ସେ କହିଛନ୍ତି । ଫ୍ୟାକ୍ଟ୍ରି ମାଲିକମାନେ ଶ୍ରମିକମାନଙ୍କୁ  ୨୧ ଦିନ ଚଳିବା ପାଇଁ ଟଙ୍କା ଦେଉ ନାହାନ୍ତି । ବରଂ ୧ ହଜାର ଟଙ୍କା ଧରେଇ ଗାଁକୁ ଚାଲିଯିବାକୁ କହୁଛନ୍ତି । ଏତିକି ଟଙ୍କାରେ ସେମାନେ ସେଠାରେ ରହିପାରିବେନି । ଲକଡାଉନ ପରେ ଯାତାୟାତର ମାଧ୍ୟମ  ନ ଥିବାରୁ ପାଦରେ ଚାଲି ଚାଲି ଆସିବାକୁ ବାଧ୍ୟ ହୋଇଛନ୍ତି । ଓମକାର ନାମକ ଜଣେ ଶ୍ରମିକ କହିଛନ୍ତି, ଦରଦାମ ବଢି ବଢି ଚାଲିଛି । ଏପରି ପରିସ୍ଥିତିରେ ଆମେ ଏତିକି ଟଙ୍କାରେ କିପରି ଚଳିବୁ ? ତେଣୁ ସେ ଓ ତାଙ୍କର ୬ ଜଣ ସାଥୀ ଘରକୁ ଚାଲି ଚାଲି ଫେରୁଛନ୍ତି ।

ସେହିପରି ଅଜମେରର ଓମପ୍ରକାଶ କୁଶବାହା । କୋଳରେ ୭ ମାସର ଶିଶୁ କନ୍ୟାକୁ ଧରି ଚାଲି ଚାଲି ଘରକୁ ଫେରୁଛନ୍ତି । ଯଦି ରାସ୍ତାରେ ତାଙ୍କୁ ଗାଡ଼ି ନ ମିଳେ ତେବେ ଚାଲି ଚାଲି ଘରେ ପହଞ୍ଚିବାକୁ ତାଙ୍କ ଏକ ସପ୍ତାହ ଲାଗିବ । ଦିଲ୍ଲୀ-ଜୟପୁର ରାସ୍ତାରେ ଗୁରୁବାର ଏମିତି ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଜିନିଷପତ୍ର ବୋଝେଇ କିଛି ବ୍ୟାଗ ସହ ଶହଶହ ଲୋକ ଚାଲି ଚାଲି ଘରକୁ ଫେରୁଥିଲେ । କିଛି ବ୍ୟକ୍ତିଙ୍କ କୋଳରେ ଛୋଟ ଶିଶୁ ଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ଲୋକଙ୍କ ଅଭିଯୋଗ, ଲକ୍‌୍‌ଡାଉନ ପୂର୍ବରୁ ଆମକୁ କାହିଁକି ଜଣାଗଲା ନାହିଁ ।

ତେବେ ଏପରି ପରିସ୍ଥିତିରେ କିଛି ଲୋକ ଦେବଦୂତ ସାଜି ଏହି ଲୋକଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି । ଗ୍ରେଟର ନଏଡାର କିଛି ବଦାନ୍ୟ ଲୋକ ଏହି ଅସହାୟ ଲୋକଙ୍କୁ ଖାଇବାକୁ ପ୍ୟାକେଟ ଦେଇଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି, ଏହି ଲୋକଙ୍କୁ ଆମେ ଅଟକାଇବୁ ନାହିଁ । ତେବେ ସେମାନଙ୍କ ଗତିବିଧି ଉପରେ ନଜର ରଖିଛୁ । ତେବେ ଆମେ ବି ନାଚାର, କାରଣ ଲକଡାଉନ ବେଳେ କମର୍ସିଆଲ ଗାଡି ଚଳାଚଳ କରିପାରିବ ନାହିଁ ।

You might also like