ପୁଲିସ୍‌କର୍ମୀ ଦେଲେ ଟିପ୍ସ: କେମିତି କମ୍‌ କରିପାରିବେ ଟ୍ରାଫିକ୍‌ ଚାଲାଣ

ନୂଆଦିଲ୍ଲୀ: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ପୁଲିସ୍‌ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ତେବ ଏସବୁ ଭିତରେ ଏବେ ଜଣେ ପୁଲିସ୍‌ କର୍ମୀଙ୍କ ଭିଡିଓ ବେଶ୍‌ ଭାଇରାଲ ହୋଇଛି। ଟ୍ରାଫିକ୍‌ ପୁଲିସ୍‌ର ମୋଟାଅଙ୍କର ଚାଲାଣ କଟାକୁ କିଭଳି କମ୍‌ କରିପାରିବେ ସେନେଇ ଏକ ଭିଡିଓରେ ସେ କିଛି ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି।

୧୫ ମିନିଟ୍‌ର ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ, ଯଦି ଗାଡ଼ି ଚଲାଉଥିବା ସମୟରେ ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ, ଏଥିପାଇଁ  ଆପଣଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ଏହା ୫୦୦ଶହ ଟଙ୍କା ଥିଲା।

ନୂଆ ନିୟମ ଲାଗୁ ହେବାପରେ ଲୋକଙ୍କ ମଧ୍ୟରେ ରାଗ ଦେଖିବାକୁ ମିଳିଛି। ଏପରିକି ଅନେକ ଲୋକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, ଉକ୍ତ ପୁଲିସ କର୍ମୀ ଜଣଙ୍କ ପ୍ରଥମେ ଟ୍ରାଫିକ୍‌ ଜରିମାନା ବିଷୟରେ କହୁଛନ୍ତି।

ସେ କହିଛନ୍ତି, ଲାଇସେନ୍ସ କି ରେଜିଷ୍ଟ୍ରେସନ୍‌ ନ ଥିଲେ ୫ ହଜାର ଟଙ୍କା। ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନ ଥିଲେ ୧୦ ହଜାର, ଇନ୍‌ସ୍ୟୁରାନ୍ସ ଡକ୍ୟୁମେଣ୍ଟ ହଜିଗଲେ ୨ ହଜାର ଚାଲାଣ କଟା ଯାଉଛି। ଏହିପରି ଗୋଟି ଗୋଟି କରି ଚାଲାଣର ପୂରା ତାଲିକା ସମ୍ପର୍କରେ କହୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ଯଦି ଗାଡ଼ି ଚାଳକଙ୍କ ପାଖରେ ଡକ୍ୟୁମେଣ୍ଟସ୍‌ ନାହିଁ, ତେବେ ଏହି ଜରିମାନକୁ ୧୦୦ଟଙ୍କା ମଧ୍ୟ କରି ହୋଇପାରିବ ବୋଲି ସେ କହିଛନ୍ତି।

ଉଦାହରଣ ଦେଇ ସେ କହିଛନ୍ତି, ‘ଯଦି ଆପଣ ଡକ୍ୟୁମେଣ୍ଟସ୍‌ ଘରେ ଛାଡ଼ି ଦେଇ ଆସିଛନ୍ତି ଓ ଚାଲାଣ କଟା ହୋଇଯାଇଛି, ତେବେ ମୋଟା ଭାରୀ ଚାଲାଣକୁ ମଧ୍ୟ କମ୍‌ କରି ୧୦୦ ଟଙ୍କା କରିପାରିବେ। ନିୟମ ଉଲ୍ଲଂଘନକାରୀଙ୍କ ପାଖରେ ଟ୍ରାଫିକ୍‌ ପୁଲିସ୍‌ କାଟିଥିବା ଚାଲାଣର ଅର୍ଥ ଦେବାପାଇଁ ୧୫ ଦିନ ସମୟ ଅଛି। ଏହି ସମୟ ମଧ୍ୟରେ ଆପଣମାନେ ଅଧିକାରୀଙ୍କୁ ଡକ୍ୟୁମେଣ୍ଟସ୍‌ ମଧ୍ୟ ଦେଖାଇ ପାରିବେ। ଫଳରେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଆଉ ଦେବାକୁ ପଡ଼ିବ ନାହିଁ। କେବଳ ୧୦୦ଟଙ୍କା ଦେବାକୁ ପଡ଼ିବ’।

ଯଦିଓ ଏହି ପ୍ରକ୍ରିୟାଟି ଟିକେ କଷ୍ଟକର ଓ ସମୟ ନେଇଥାଏ ତେବେ ଏହାଦ୍ୱାରା ଗାଡ଼ି ଚାଳକଙ୍କ ଟଙ୍କା ସଞ୍ଚୟ ହୋଇପାରିବ। ତେବେ ଏହି ନିୟମ ବିନା ହେଲ୍‌ମେଟ୍‌ ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପାଇଁ ଲାଗୁ ନୁହେଁ ବୋଲି ସେ  କହିଛନ୍ତି।

ଗତ ସପ୍ତାହରେ ଫେସବୁକ୍‌ରେ ଏହି ଭିଡିଓଟିକୁ  ଶେଆର୍‌ କରାଯାଇଥିଲା। ଏହି ଭିଡିଓକୁ ବର୍ତ୍ତମାନ ୯.୭ ମିଲିୟନ୍‌ ଲୋକ ଦେଖି ସାରିଲେଣି। କିଛି ଲୋକ ଏହି ଭିଡିଓକୁ ନେଇ ଉକ୍ତ ପୁଲିସ କର୍ମୀଙ୍କୁ  ବେଶ୍‌ ପ୍ରଶଂସା କରିଛନ୍ତି।

22000 हजार का #चालान 400 में कैसे निपटाए

22000 हजार का #चालान 400 में कैसे निपटाए, इस पुलिस जवान ने एकदम सही सलाह दी है

Studfeed यांनी वर पोस्ट केले बुधवार, ११ सप्टेंबर, २०१९

 

ଆହୁରି ପଢ଼ନ୍ତୁ

ସୋମବାରଠାରୁ ଆରମ୍ଭ ହେବ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

You might also like