ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଡେରାଡୁନ୍‌: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ହାହାକାର ସୃଷ୍ଟି ହୋଇଛି। ତେବେ ଟ୍ରାଫିକ୍‌ ପୁଲିସ୍‌ ଗୋଟିଏ ବଳଦ ଗାଡ଼ି ନାଁରେ ନୂଆ ମଟୋର ଭେଇକିଲ ଆକ୍ଟ ଅନୁଯାୟୀ ୧୦୦୦ ଟଙ୍କାର ଚାଲାଣ କାଟିବା, ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଡେରାଡୁନ୍‌ରେ ଘଟିଥିବା ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଟ୍ରାଫିକ ପୁଲିସ୍‌ ପକ୍ଷରୁ ଉକ୍ତ ବଳଦ ଗାଡ଼ିର ମାଲିକଙ୍କୁ ଜୋରିମାନା ଅର୍ଥ ଫେରସ୍ତ କରାଯାଇଛି। ରିୟାଜ ହାସନ ନାମକ ବଳକ ଗାଡ଼ି ଚାଳକ ଜଣଙ୍କ କହିଛନ୍ତି, “ସାହଶପୁରଠାରେ ଥିବା ଚାରବାରରେ ମୋ କ୍ଷେତ ରହିଛି। ଶନିବାର ରାତିରେ ମୁଁ ସେହି ଜମି ନିକଟରେ ମୋ ବଳଦ ଗାଡ଼ିକୁ ରଖିଥିଲି।

ସବ୍‌ ଇନ୍‌ସପେକ୍ଟର ପଙ୍କଜ କୁମାରଙ୍କ ନେତୃତ୍ୱରେ ଏକ ପ୍ୟାଟ୍ରୋଲିଂ ଟିମ୍‌ ସେଠାରେ ପହଞ୍ଚି ବଳଦ ଗାଡ଼ିକୁ ଜବତ କରିଥିଲେ। ଏହାପରେ ଗାଁ ଲୋକଙ୍କ ଠାରୁ ପଚରାଉଚରା କରି ମୋ ଘରେ ଆଣି ଏହାକୁ ଥୋଇଥିଲେ। ତେବେ ଏଥିପାଇଁ ମୋ ନାଁରେ ୧୦୦୦ ଟଙ୍କାର ଚାଲାଣ କାଟିଥିଲେ। କାରଣ ବଦଳ ଗାଡ଼ିର ବୀମା ନ ଥିଲା। ବୀମା ନ ଥିବା ଗାଡ଼ି କେମିତି ଚଲଉଛ ବୋଲି ପୁଲିସ ତାଙ୍କ ପଚାରିବା ସହ ନୂଆ ମଟୋର ଭେଇକିଲ ଆକ୍ଟର ଧାରା ୮୧ ଅନୁଯାୟୀ ପୁଲିସ୍‌ ଚାଲାଣ କାଟିଥିବା କହିଥିଲେ। ହେଲେ ନୂଆ ଆଇନ୍‌ ଅନୁଯାୟୀ, ବଳଦ ଗାଡ଼ି ପାଇଁ ଫାଇନ୍‌ର ବ୍ୟବସ୍ଥା ନଥିବା ମୁଁ ଯୁକ୍ତି କରିଥିଲି। ଶେଷରେ ପୁଲିସ୍‌ ଚାଲାଣଟିକୁ ରଦ୍ଦ କରିଥିଲା।”

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like