ପୁଲିସ୍‌ ଭ୍ୟାନ୍‌ ଦେଖିବା ମାତ୍ରେ ଆକ୍ରମଣ କଲେ ଲୋକେ

ଭୁବନେଶ୍ୱର: ଲକ୍‌ଡାଉନ କଟକଣା ଯାଞ୍ଚ ବେଳେ ସୁରତରେ ପୋଲିସ ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ସୁରତର ଭିନ୍ନ ଭିନ୍ନ ଦୁଇଟି ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଆଜି ସକାଳୁ ପୋଲିସ ପାଟ୍ରୋଲିଂ ବେଳେ ପିସିଆର ଭ୍ୟାନ ଉପରକୁ ଏହି ଆକ୍ରମଣ ହୋଇଛି। ପ୍ରଥମ ଘଟଣାଟି ସୁରତର ଦିନ୍ଦୋଲି ଏବଂ ଅନ୍ୟଟି ନୌଗାମ ଅଞ୍ଚଳର ବୋଲି ଜଣାପଡ଼ିଛି।  ସକାଳୁ ସକାଳୁ ବହୁ ସଂଖ୍ୟାରେ ଲୋକେ ବାହରକୁ ଆସିଥିବା ଜାଣିବା ପରେ ପୁଲିସ୍‌ ସେଠାକୁ ଯାଇଥିଲା। ଆଉ ଏହି ସମୟରେ  ପିସିଆର ଭ୍ୟାନକୁ ଆକ୍ରମଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୫ଜଣ ସ୍ଥାନୀୟ ଲୋକଙ୍କୁ ପୋଲିସ ଅଟକ ରଖିଛି।

You might also like