ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ନୂଆଦିଲ୍ଲୀ: ସେ ଚାଲୁଥାନ୍ତି। ତାଙ୍କ ଚାଲିବାରେ ଶେଷ ନ ଥାଏ।  ସେ ପୁଣି ଘଞ୍ଚ ଜଙ୍ଗଲର ଅଙ୍କାବଙ୍କା ଦୁର୍ଗମ ରାସ୍ତାରେ। କାରଣ ତାଙ୍କୁ ଲୋକଙ୍କ ଘରେ ଚିଠି ପହଞ୍ଚାଇବାର ଅଛି। ଯେଉଁଠି ଫୋନ ନାହିଁ, ଇଣ୍ଟରନେଟ ସୁବିଧା ନାହିଁ ସେପରି ଅଞ୍ଚଳରେ ଚିଠି ପହଞ୍ଚାଇବାର ଦାୟିତ୍ୱ ତାଙ୍କର।  ସେଥିପାଇଁ ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ସେ ଏପରି ଚାଲୁଛନ୍ତ। ତାଙ୍କର ଏହି କାମ ପାଇଁ ଟ୍ୱିଟରରେ ଅଜଶ୍ର ଶୁଭେଚ୍ଛା ବାର୍ତ୍ତା । ସେ ହେଉଛନ୍ତି ତାମିଲନାଡ଼ୁ କୁନ୍ନୁରର ଡି ସିବନ୍।

ନିଳଗୀରି ପର୍ବତାଞ୍ଚଳର ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ପୋଷ୍ଟ ଅଫିସରେ ପୋଷ୍ଟମ୍ୟାନ୍ ଅଛନ୍ତି ଡି.ସିବନ୍‌। ଆଖପାଖ ଲୋକଙ୍କୁ ପ୍ରତିଦିନ ଚିଠି ପହଞ୍ଚାଇ ଦେଇଥାନ୍ତି। ଏଥିପାଇଁ ଦୈନିକ ତାଙ୍କୁ ୧୫ କିଲୋମିଟର୍ ଚାଲିବାକୁ ପଡ଼େ।  ଜଙ୍ଗଲ ଭିତରେ ରାସ୍ତା କହିଲେ ରେଳ ଧାରଣା। ଏହି ରାସ୍ତା ଉପରେ ଚାଲି ଚାଲି ସେ ନିଜ ଠିକଣାରେ ପହଞ୍ଚନ୍ତି।

ଜଙ୍ଗଲ ମଧ୍ୟରେ ଯିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। କାରଣ ଅନେକ ସମୟରେ ସେ ହାତୀ, ବଣୁଆ ଜୀବଜନ୍ତୁ ଓ ଭାଲୁଙ୍କ ଆକ୍ରମଣର ଶିକାର ହୁଅନ୍ତି। ତଥାପି ଚାକିରି ପ୍ରତି ଥିବା ନିଜର କର୍ତ୍ତବ୍ୟ ଓ ଲୋକଙ୍କ ସୁବିଧା ପାଇଁ ସେ ଏହାକୁ ଖାତିର କରନ୍ତି ନାହିଁ। ଏହି ସମୟରେ ବହୁବାର ଜଙ୍ଗଲୀ ଯନ୍ତୁଙ୍କ ହାବୁଡ଼ରେ ବି ପଡ଼ିଛନ୍ତି।

ହେଲେ ଏହାକୁ ଖାତିର ନକରି ନିଜ କର୍ତ୍ତବ୍ୟ କରିଛନ୍ତି। ପ୍ରାୟ ୩୦ ବର୍ଷର ଚାକିରୀ କାଳରେ ତାଙ୍କ ଜୀବନରେ ଘଟିଛି ଅନେକ ଅଭୁଲା ଅନୂଭୁତି॥ ଗତ ସପ୍ତାହରେ ସେ ଚାକିରୀରୁ ଅବସର ନେଇଥିଲେ। ଏହି ଅବସରରେ ତାଙ୍କୁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛା ଜଣାଯାଇଛି।

ଆଇଏଏସ ଅଫିସର ସୁପ୍ରିୟା ସାହୁ ବୁଧବାର ଟ୍ୱିଟ ଯୋଗେ ଶିବନ ଘଞ୍ଚ ଜଙ୍ଗଲ ମଧ୍ୟରେ କେମିତି ଚାଲିଚାଲି ରାସ୍ତା ଅତିକ୍ରମ କରନ୍ତି, ତା’ର ଫଟୋ ପୋଷ୍ଟ କରିଛନ୍ତି। ଏଥିସହ ସେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଏଥିରେ ସେ କହିଛନ୍ତି, “ପୋଷ୍ଟମ୍ୟାନ ଡି ଶିବନ ପ୍ରତିଦିନ ୧୫ କିମି ଘଞ୍ଚ ଜଙ୍ଗଲ ରାସ୍ତା ଚାଲିଚାଲି ଅତିକ୍ରମ କରି କୋନୋରର ଯେଉଁ ଅଞ୍ଚଳରେ ମେଲ୍‌ ସୁବିଧା ନାହିଁ, ସେଠାରେ ଚିଠି ପହଞ୍ଚାଉଛନ୍ତି।

ଆହୁରି ପଢ଼ନ୍ତୁ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

You might also like