ରୋଷେଇ ଗ୍ୟାସ ଯୋଗାଣକୁ ପ୍ରଭାବିତ କରିବ ନାହିଁ ଲକ୍‌ଡାଉନ୍‌

ନୂଆଦିଲ୍ଲୀ:ଲକ୍‌ ଡାଉନ୍‌କୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ରୋଷେଇ ଗ୍ୟାସ୍‌ ବୁକ୍‌ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ରୋଷେଇ ଗ୍ୟାସ୍‌ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍‌ ବୁକ୍‌ ନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, ୧୫ ଦିନ ମଧ୍ୟରେ ରୋଷେଇ ଗ୍ୟାସ ବୁକିଂ କରିପାରିବେ। ଏକ ଭିଡିଓ କ୍ଲିପ୍‌ରେ IOC ( ଇଣ୍ଡିଆନ ଅଏଲ କର୍ପୋରେସନ) ର ଅଧ୍ୟକ୍ଷ ସଞ୍ଜୀବ ସିଂ ଆ଼ଶ୍ୱାସନା ଦେଇ କହିଛନ୍ତି, ପେଟ୍ରୋଲ, ଡିଜେଲ କମ୍ବା ରୋଷେଇ ଗ୍ୟାସ୍‌କୁ ନେଇ କୌଣସି ସମସ୍ୟା ନାହିଁ। ବିଶେଷ କରି ଦେଶରେ ରୋଷେଇ ଗ୍ୟାସ୍‌ର ଅଭାବ ନାହିଁ। ସେଥିନେଇ ନିଶ୍ଚିନ୍ତ ରୁହନ୍ତୁ। ଗ୍ରାହକଙ୍କୁ ଭୟରେ ବୁକିଂ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଆମର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବ।

You might also like