‘ନେତୃତ୍ୱ’ ପ୍ରସଙ୍ଗକୁ ନେଇ ସେନାମୁଖ୍ୟଙ୍କୁ ଏମିତି ଟାର୍ଗେଟ କଲେ ଦିଗ୍‌ବିଜୟ, ଓୱେସୀ

ନୂଆଦିଲ୍ଲୀ:ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି କ୍ୟାମ୍ପସରେ ହେଉଥିବା ହିଂସା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ହିଂସାର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି । ଆର୍ମିଚିଫଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇ ଗଲାଣି। ସେନା ମୁଖ୍ୟଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଏବଂ ଏଆଇଏମ୍‌ଆଇଏମ୍‌ର ଅସଦୁଦ୍ଦିନ ଓୱେସୀ। ରାଓତଙ୍କୁ ଟାର୍ଗେଟ କରି ଉଭୟେ ଟ୍ୱିଟ୍‌ କରିଛନ୍ତି। ଦିଗ୍‌ବିଜୟ ସାଂପ୍ରଦାୟିକ ହିଂସାକୁ ନେଇ ପ୍ରଶ୍ନ କରିଥିବାବେଳେ ଓୱେସୀ ଆର୍ମି ଚିଫ୍‌ଙ୍କୁ ନିଜ କାର୍ଯ୍ୟକ୍ଷେତ୍ର ଭିତରେ ସୀମିତ ରହିବାକୁ କହିଛନ୍ତି। 

ଆର୍ମି ଚିଫଙ୍କ ବୟାନ  ଉପରେ ପ୍ରତିକ୍ରିୟା ରଖି ଦିଗ୍‌ବିଜୟ ସିଂହ କହିଛନ୍ତି, ‘ନେତୃତ୍ୱକର୍ତ୍ତା ସେମାନେ ବି ନୁହଁନ୍ତି ଯେଉଁମାନେ ଲୋକଙ୍କୁ ହତିଆର ଉଠାଇବା ପାଇଁ ପ୍ରେରିତ କରନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧକୁ ନେଇ ମୁଁ ଆପଣଙ୍କ ସହ ଏକମତ ଜେନେରାଲ ସାହବ, କିନ୍ତୁ ନେତା ସେମାନେ ବି ହୋଇ ପାରିବେ ନାହିଁ ଯେଉଁମାନେ ସାଂପ୍ରଦାୟିକ ଆଧାର ଉପରେ ନରସଂହାର କରିବା ପାଇଁ ପ୍ରାସାହନ ଦିଅନ୍ତି।’

ସେହପରି ସାଂସଦ ଅସଦୁଦ୍ଦିନ ଓୱେସୀ ଆର୍ମି ଚିଫଙ୍କୁ ଉଦ୍ଦେଶ୍ୟ କରି ଟ୍ୱିଟ କରିଛନ୍ତି, ‘ନିଜ କର୍ମକ୍ଷେତ୍ରର ସୀମାକୁ ବୁଝିବା ବି ଲିଡରସିପ୍‌ ଅଟେ। ନାଗରିକର ସର୍ବୋଚ୍ଚତାକୁ ବୁଝିବା ଏବଂ ଯେଉଁ ସଂସ୍ଥାର ଆପଣ ମୁଖ୍ୟ ତାହାର ମର୍ଯ୍ୟାଦା ଠିକ୍‌ ଭାବେ ଜାଣିବା ମଧ୍ୟ ଲିଡରସିପ୍‌ ।’

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ବିରୋଧାଭାସ ଦେଖି ଆର୍ମି ଚିଫ ବିପିନ ରାଓତ ପ୍ରତିକ୍ରିୟା ରଖିଥିଲେ। ସେ କୌଣସି ୟୁନିଭର୍ସିଟିର ନାମ ନ ନେଇ କହିଥିଲେ, ନେତୃତ୍ୱ, କ୍ଷମତା ଏହା ନୁହେଁ ଯାହା ଲୋକଙ୍କୁ ଭୁଲ୍ ଦିଗରେ ନେଇ ଯିବ। ଆଜି ଆମେ ଦେଖିବାକୁ ପାଉଛୁ ୟୁନିଭର୍ସିଟି ଏବଂ କଲେଜ ଛାତ୍ରଙ୍କ ନେତୃତ୍ୱରେ ଅନେକ ସହରରେ ହିଂସା ପ୍ରଦର୍ଶନ ହେଉଛି । ଏହା ନେତୃତ୍ୱ କ୍ଷମତା ନୁହେଁ।’

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like