ମାୟାବତୀଙ୍କ ବିରୋଧରେ ସାଧନାଙ୍କ ମନ୍ତବ୍ୟକୁ ନେଇ ବଢ଼ୁଛି ଅଡ଼ୁଆ

ଲକ୍ଷ୍ନୌ: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୋଗଲସରାଇ ବିଧାୟିକା ସାଧନା ସିଂହଙ୍କ ମନ୍ତବ୍ୟକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଅରୁଚିକର ଟିପ୍ପଣୀକୁ ଗୁରୁତ୍ୱ ସହ ନେଇଛି ଜାତୀୟ ମହିଳା କମିଶନ। ଏନେଇ ତାଙ୍କୁ ଖୁବଶୀଘ୍ର ଜବାବ ତଲବ କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ସାଧନାଙ୍କ ଟିପ୍ପଣୀକୁ ଘୋର ନିନ୍ଦା କରିଛି ବିଏସ୍‌ପି। ଏଥିପାଇଁ ବିଜେପିକୁ ଭର୍ତ୍ସନା କରିଛନ୍ତି ବହୁଜନ ସମାଜ ପାର୍ଟି ନେତା ସତୀଶ ମିଶ୍ର। ସେ କହିଛନ୍ତି ଯେ ସାଧନା ସିଂହ ମାନସିକ ଭାବେ ରୋଗଗ୍ରସ୍ତ ହୋଇଗଲେଣି। ସାଧନାଙ୍କ ମନ୍ତବ୍ୟ ବିଜେପିର କୁତ୍ସିତ ଚେହେରାର ପ୍ରତିଫଳନ କରୁଛି ବୋଲି  ବୋଲି ସତୀଶ କହିଛନ୍ତି।

ଗତକାଲି ମୋଗଲସରାଇରେ ଏକ ସାଧାରଣସଭାରେ ଯୋଗଦେଇ ସାଧନା କହିଥିଲେ ଯେ, ମାୟାବତୀଙ୍କ ଇଜ୍ଜତ ବୋଲି କିଛି ନାହିଁ। ସେ ହିଞ୍ଜଡ଼ାଠୁ ବି ହୀନ। ସାଧନାଙ୍କ ଟିପ୍ପଣୀକୁ ଅନ୍ୟ ଦଳର ନେତା ବି ନିନ୍ଦା କରିଛନ୍ତି।

You might also like