ନୂଆଦିଲ୍ଲୀ: କଂଗ୍ରେସର ପ୍ରବକ୍ତା ତଥା ବରିଷ୍ଠ ନେତା ସଞ୍ଜୟ ଝା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ତାଙ୍କ ଠାରେ କରୋନା ସମ୍ପର୍କିତ କୌଣସି ଲକ୍ଷଣ ପୂର୍ବରୁ ନଥିଲା। ସେ ବର୍ତ୍ତମାନ ୧୦ରୁ ୧୨ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟିନ୍‌ରେ ଅଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଞ୍ଜୟ। ତେଣୁ କରୋନାକୁ ହାଲ୍‌କାରେ ନ ନେଇ ସତର୍କ ରହିବାକୁ ସମସ୍ତଙ୍କୁ ନିବେଦନର କରିଛନ୍ତି ସଞ୍ଜୟ।

ଟ୍ୱିଟ୍ କରି ସେ ଲେଖିଛନ୍ତି “ ମୋ ଠାରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛି। ମୋ ଶରୀରରେ ପୂର୍ବରୁ ଏ ନେଇ କୌଣସି ଲକ୍ଷଣ ନଥିଲା। ମୁଁ ବର୍ତ୍ତମାନରୁ ଆସନ୍ତା ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବି।  ଦୟାକରି କେହି କରୋନା ସଂକ୍ରମଣ ବିପଦକୁ ଅଣଦେଖା କରନ୍ତୁ ନାହିଁ। ଆମେ ସମସ୍ତେ ଅସୁରକ୍ଷତି ଅଛନ୍ତି। ସମସ୍ତେ ନିଜର ଯତ୍ନ ନିଅ ବୋଲି।”

ସଞ୍ଜୟଙ୍କ ଟ୍ୱିଟ୍‌ ପରେ ଶହ ଶହ ଲୋକ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଥିଲେ। ଗତବର୍ଷ କଂଗ୍ରେସ ଛାଡ଼ି ଶିବସେନାରେ ଯୋଗ ଦେଇଥିବା ପ୍ରିୟାଙ୍କ ଚତୁର୍ବେଦୀ ମଧ୍ୟ ସଞ୍ଜୟଙ୍କ ଆରୋଗ୍ୟ କାମନା କରିବା ସହିତ ସମସ୍ତ ପ୍ରକାର ସହାୟତା କରିବା ପାଇଁ ଆସ୍ୱସନା ଦେଇଛନ୍ତି।

Other Stories