ଛତିଶଗଡ଼ରେ ବାଜି ମାରିଛି କଂଗ୍ରେସ

ଛତିଶଗଡ଼ : ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଛତିଶଗଡ଼। ନିର୍ବାଚନ ପରର ଏକ୍‌ଜିଟ୍‌ ପୋଲ ମଧ୍ୟ ପୁରା ଭୁଲ ପ୍ରମାଣିତ ହୋଇଛି। ନିର୍ବାଚନ ପଣ୍ଡିତଙ୍କୁ ଏପରିକି ବିଜେପିକୁ ଆଶ୍ଚର୍ଯ୍ୟ କରି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ ଏହି ରାଜ୍ୟରେ ଦୁଇ-ତୃତୀୟାଂଶ ସିଟ୍ ହାସଲ କରିବ କଂଗ୍ରେସ।

ରମଣ ସିଂହ ସରକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଛତିଶଗଡ଼ ଜନତା। ଏ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁସାରେ ମୋଟ ୯୦ ସିଟ୍ ମଧ୍ୟରୁ କଂଗ୍ରେସ ୬୫ଟି ଆସନରେ ଆଗୁଆ ଅଛି। ବିଜେପିର ସଂଖ୍ୟା ୧୫ରେ ଅଛି।  ଅନ୍ୟାନ୍ୟଙ୍କୁ ୯ଟି ସିଟ୍ ମିଳୁଥିବା ଜଣାପଡ଼ିଛି।  ଛତିଶଗଡ଼ରେ କଂଗ୍ରେସର କୌଣସି ବଡ଼ ନେତା ନ ଥିଲେ ମଧ୍ୟ ତୃଣମୂଳସ୍ତରରେ କଂଗ୍ରେସ କର୍ମୀମାନେ ରମଣ ସିଂହଙ୍କ ବିଜୟ ରଥକୁ ରୋକିବାରେ ଏକ ପ୍ରକାର ସଫଳ ହୋଇଛନ୍ତି।

୨୦୦୩ ରୁ ଛତିଶଗଡ଼ରେ ରମଣ ସିଂହ ସରକାର ଚାଲିଥିଲା। ଏକ୍‌ଜିଟ୍‌ ପୋଲ କହୁଥିଲା ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଏପରିକି ବିଜେପି ପୁଣି ସରକାରକୁ ଫେରିବ ବୋଲି କୁହାଯାଉଥିଲା। କିନ୍ତୁ ଏସବୁକୁ ଭୁଲ ପ୍ରମାଣିତ କରି ଛତିଶଗଡ଼ରେ ବାଜି ମାରିଛି କଂଗ୍ରେସ।

You might also like