ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି। AICC ସାଧାରଣ ସଂପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଲକ୍ଷ୍ନୌରେ ପ୍ରିୟଙ୍କା ରୋଡ୍‌ ଶୋ’ କରିଛନ୍ତି।

ଭାଇ ରାହୁଲ ଗାନ୍ଧି ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ ଦାୟିତ୍ୱରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋଡ୍‌ ଶୋ’ ରେ ସାମିଲ ଅଛନ୍ତି। ଲକ୍ଷ୍ନୌ ବିମାନବନ୍ଦରରୁ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରୋଡ୍‌ ଶୋ’ ଅନୁଷ୍ଠିତ ହେଉଛି।

ପ୍ରିୟଙ୍କାଙ୍କ ରୋଡ୍ ଶୋ’ କୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ କର୍ମୀ ରୋଡ୍ ଶୋ’ ରେ ସାମିଲ ହୋଇ ପ୍ରିୟଙ୍କାଙ୍କୁ ସ୍ୱାଗତ କରିଛନ୍ତି। ଅନ୍ୟପଟେ ପ୍ରିୟଙ୍କା କଂଗ୍ରେସ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିଥିବା ବେଳେ ଉତ୍ତରପ୍ରଦେଶରେ ଏଥର ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି।

ବିଜେପିକୁ ଟକ୍କର ଦେବା ପାଇଁ ଅଖିଳେଖ ଯାଦବଙ୍କ ସମାଜବାଦୀ ପାର୍ଟି ଓ ବିଏସ୍‌ପି ନେତ୍ରୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମେଣ୍ଟ କରିଥିବା ବେଳେ କଂଗ୍ରେସ ନିଜ ସହଯୋଗୀଙ୍କ ସହ ମଇଦାନକୁ ଓହ୍ଲାଇବ। ତେବେ ପ୍ରିୟଙ୍କା ଇଫେକ୍ଟ ରାଜ୍ୟ ରାଜନୀତିକୁ କିଭଳି ପ୍ରଭାବିତ କରୁଛି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ଆହୁରି ପଢ଼ନ୍ତୁ

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଆଜି ଦିଆଯିବ ଜେଟଲୀଙ୍କୁ ଅନ୍ତିମ ବିଦାୟ

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

ଜେଟଲୀ କରାଇଥିଲେ ସେହ୍ୱାଗଙ୍କ ବାହାଘର

ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଅସ୍ତମିତ ଅରୁଣ; ଥିଲେ ବିଜେପିର ସଂକଟ ମୋଚନ

ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା; ପ୍ରଧାନମନ୍ତ୍ରୀ ଓ ଶାହ କହିଲେ ଏମିତି

You might also like