ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ

ଟ୍ରେଣ୍ଡରେ କଂଗ୍ରେସ ଛୁଇଁଛି ବହୁମତ

ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ  କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର।

କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ କଂଗ୍ରେସ ଆଗରେ ରହିଥିଲା। ଏପରିକି ନିର୍ବାଚନ ପଣ୍ଡିତଙ୍କ ଏକ୍‌ଜିଟ୍ ପୋଲ୍ ମଧ୍ୟ ଭୁଲ ହୋଇଯିବ ବୋଲି ଲାଗୁଥିଲା। କାରଣ ଦୁଇ ଦଳ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ତେବେ ଅପରାହ୍ନ ଦୁଇଟା ଆଡ଼କୁ ଟ୍ରେଣ୍ଡରେ ବହୁମତ ହାସଲ କରିଥିଲା କଂଗ୍ରେସ।

ଦଳ ୧୦୨ଟି ଆସନରେ ଆଗୁଆ ଥିବା ବେଳେ ୭୫ଟି ଆସନରେ ଆଗୁଆ ରହିଥିଲା ବିଜେପି। ଏକ୍‌ଜିଟ୍ ପୋଲ୍ ଅନୁସାରେ ଏଠାରେ କଂଗ୍ରେସ କ୍ଲିନ୍ ସୁଇପ୍ କରିବ ବୋଲି କୁହାଯାଉଥିଲା। କିନ୍ତୁ ତାହା ହୋଇ ନାହିଁ।  ତଥାପି ସରକାର ଗଠନର ପାଖାପାଖି ହୋଇଛି। ଅର୍ଥାତ୍ ରାଜସ୍ଥାନବାସୀ ପୁରୁଣା ପରମ୍ପରା ଛାଡ଼ି ନାହାନ୍ତି। ପ୍ରତି ୫ ବର୍ଷରେ ସେମାନେ ଯେମିତି ସରକାର ବଦଳାନ୍ତି, ଏଥର ବି ସେମିତି ହେବ ପରି ଲାଗୁଛି।

You might also like