ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କ ପାଇଁ ଲଢିବ କଂଗ୍ରେସ

ନୂଆଦିଲ୍ଲୀ: ଆସାମର ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ( ଏନ୍ଆରସି) ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିବ କଂଗ୍ରେସ। ଗତକାଲି ଗୃହମନ୍ତ୍ରଣାଳୟ ଏନଆରସି ତାଲିକା ପ୍ରକାଶ କରିବା ପରେ କଂଗ୍ରେସ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଥିଲା। ବୈଠକରେ ବରିଷ୍ଠ ନେତାମାନେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଯେଉଁ ଯୋଗ୍ୟ ବ୍ୟକ୍ତିମାନେ ଏନ୍ଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନଙ୍କ  ପାଇଁ କଂଗ୍ରେସ ଲଢ଼େଇ  କରିବ। ଯେଉଁମାନେ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନେ କିଭଳି ଏହି ତାଲିକାରେ ସାମିଲ୍ ହେବେ ସେ ନେଇ କଂଗ୍ରେସ ସମସ୍ତ ପ୍ରକାର ଚାପ ସରକାରଙ୍କ ଉପରେ ପକାଇବ ବୋଲି ଅଧୀର କହିଛନ୍ତି।

ଆସାମ୍ କଂଗ୍ରେସ ନେତା ଗୌରଭ ଗୋଗୋଇ କହିଛନ୍ତି ଏନ୍ଆରସି ତାଲିକାକୁ ନେଇ ଆସାମରେ ଅସନ୍ତୋଷ ପ୍ରକାଶ ପାଇଛି। କ୍ଷମତାରେ ଥିବା ଶାସକ ଦଳର ନେତା ମନ୍ତ୍ରୀ ମାନେ ମଧ୍ୟ ଏନ୍ଆରସିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ସରକାର ଆସାମର ମୂଳବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି ବୋଲି ଗୋଗୋଇ କହିଛନ୍ତି।

ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୁଲାମ ନବୀ ଆଜାଦ୍, ମୁକୁଲ ସାଙ୍ଗମା, ଗୌରଭ ଗୋଗୋଇ, ଏକେ ଆଣ୍ଟୋନୀ ଓ ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏନ୍ଆରସି ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ସାମିଲ୍ ହୋଇଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ତାଲିକାରୁ ବାଦ୍ ପଡ଼ିଛନ୍ତି। ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୋଷ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ। ଏଥିପାଇଁ ୧୨୦ ଦିନର ମହଲତ ଦେଇଛନ୍ତି ସରକାର।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like