ଆସନ୍ତା କାଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ।

ଏହି ବିକ୍ଷୋଭ ଅସଚେତନ, ଅସମ୍ବେଦନଶୀଳ ଏବଂ ପେଟ୍ରୋଲ ଓ ଡିଜେଲ୍‌ର ଅସମ୍ଭବ ବୃଦ୍ଧି ବିରୋଧରେ ହେବ। ଏବଂ କରୋନାଭାଇରସ୍ ସଙ୍କଟ ସମୟରେ ସାଧାରଣ ଲୋକଙ୍କୁ ସରକାର କିଭଳି ଲୁଟୁଛନ୍ତି ସେ ବିଷୟରେ ଅବଗତ କରାଯିବ ବୋଲି କହିଛନ୍ତି ବେଣୁଗୋପାଳ।

ବିକ୍ଷୋଭ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇ ବେଣୁ ଗୋପାଳ କହିଛନ୍ତି, ସରକାରଙ୍କର ଜନବିରୋଧୀ ନୀତିରେ କିଭଳି ସାଧାରଣ ଲୋକଙ୍କ ଉପରେ ବୋଝ ଲଦାଯାଉଛି ସେ ବିଷୟରେ ଅବଗତ କରିବା ବିକ୍ଷୋଭର ମୁଖ୍ୟ ଉଦ୍ଦେଶ୍ୟ ହେବ। ଜୁନ୍‌୨୦ ଜୁଲାଇ ୪ ତାରିଖରେ ମଧ୍ୟରେ ଦଳ ତହସିଲ ଲେବଲ୍‌ରେ ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିବ।

ଲଗାତର ୨୧ ଦିନ ଧରି ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ବୃଦ୍ଧି କରିଚାଲିଛନ୍ତି। ଲୋକମାନଙ୍କ ଉପରେ ଅଯଥା ଆର୍ଥିକ ବୋଝ ଲଦାଯାଉଛି। ଅନ୍ତର୍ଜତୀୟ ବଜାରରେ ଅଶୌଧିତ ତୈଳଦର କମୁଥିବା ବେଳେ ଭାରତ ସରକାର କିନ୍ତୁ ତୈଳ ଦର ବୃଦ୍ଧି କରୁଛନ୍ତି। ସେଥିରେ ଉତ୍ପାଦନ ଶୁଳ୍କ ଲଗାଇ ପ୍ରଚୁର ଲାଭ ଜମା କରି ରଖିଛନ୍ତି। ଲୋକମାନଙ୍କୁ ଏହାର ସୁବିଧା ଦେବା ବଦଳରେ ସରକାର ଜାଣିଶୁଣି ଏଥିରେ ଉତ୍ପାଦନ ଶୁଳ୍କ ବୃଦ୍ଧି ଦର ବଢ଼ାଉଛନ୍ତି ବୋଲି ବେଣୁଗୋପାଲ ଅଭିଯୋଗ କରିଛନ୍ତି।

ଏଥିସହିତ ସୋସିଆଲ୍ ମିଡିଆରେ ବି ବିକ୍ଷୋଭ ପ୍ରଦର୍ଶନ କରିବ। “ସ୍ପିକ୍ ଅପ୍‌ ଅନ୍‌ ପେଟ୍ରୋଲ୍‌ ଏଣ୍ଡ ଡିଜେଲ୍‌ ପ୍ରାଇସ୍ ହାଇକ୍‌” ନାମରେ ଆନ୍ଦୋଳନ କରିବ ଦଳ। ଏହି ଅନ୍‌ଲାଇନ୍‌ ଆନ୍ଦୋଳନରେ ଦଳ କୃଷକ ଓ ଟ୍ୟାକ୍ସି ଏବଂ ବସ୍‌ ମାଲିକ, ପରିବାହକ ଓଲା, ଓବେର ଡ୍ରାଇଭରଠାରୁ ଆରମ୍ଭ କରି ଶ୍ରମିକ ଓ ସାଧାରଣ ଲୋକଙ୍କ ଉପରେ ଏହାର କି ପ୍ରଭାବ ପଡ଼ୁଛି ସେନେଇ ଅବଗତ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଚି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like