ଛତିଶଗଡ଼ରେ ହେବ କଂଗ୍ରେସ ସରକାର

ଆଜି ବସୁଛି ବିଧାୟକ ଦଳ ବୈଠକ

ରାୟପୁର : ଛତିଶଗଡ଼ରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ। ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାରକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଆଜି ବିଧାୟକ ଦଳର ବୈଠକ ବସୁଛି।

ଏହି ବୈଠକରେ ନିଷ୍ପତ୍ତି ହେବ କିଏ ବିଧାୟକ ଦଳର ନେତା ହେବ। ସମୁଦାୟ ୯୦ଟି ଆସନରୁ କଂଗ୍ରେସ ୬୮ଟି ଆସନରେ ବିଜୟୀ ହୋଇ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ପାଇଛି ୧୫ଟି ସିଟ୍। ଅଜିତ୍‌ ଯୋଗୀଙ୍କ ଦଳ ଛତିଶଗଡ଼ ଜନତା କଂଗ୍ରେସକୁ ୫ଟି ଏବଂ ବିଏସ୍‌ପିକୁ ୨ଟି ଆସନ ମିଳିଛି।

You might also like