ପରଲୋକରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗି

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କର ପରଲୋକ ହୋଇଛି। ରାଜୀବ ତ୍ୟାଗିଙ୍କର ଅଚାଚକ ସ୍ବାସ୍ଥ୍ୟ ଖରାପ ହୋଇଥିଲା। ଯାହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗାଜିଆବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି।

ରାଜୀବ ତ୍ୟାଗି କଂଗ୍ରେସର ଆଗଧାଡ଼ିର ମୁଖପାତ୍ର ଥିଲେ ଏବଂ ଟିଭି ଚ୍ୟାନେଲର ଡିବେଟରେ ପ୍ରଭାବଶାଳୀ ଭାବେ ନିଜ ପାର୍ଟିର ପକ୍ଷ ରଖୁଥିଲେ। ରିପୋର୍ଟ ଅନୁଯାୟୀ, ଆଜି ଦିନସାରା ରାଜୀବଙ୍କ ସ୍ୱାସ୍ଥ୍ୟ ଠିକଠାକ୍ ଥିଲା। ସେ ମଧ୍ୟ ଟ୍ୱିଟ୍ କରି ସନ୍ଧ୍ୟା ୫ଟା ବେଳେ ଏକ ଟିଭି ଚ୍ୟାନେଲରେ ଯୋଗ ଦେବା ନେଇ କହିଥିଲେ। ଏପରିକି ସେ ଡିବେଟରେ ସାମିଲ୍‌ ମଧ୍ୟ ହୋଇଥିଲେ। କିନ୍ତୁ ଘରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ଏବଂ ସେ ଅଚେତ୍ ହୋଇପଡ଼ିଥିଲେ। ସେହି ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଂଗ୍ରେସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ରାଜୀବଙ୍କ ପରଲୋକଙ୍କ ଶୋକ ପ୍ରକାଶ କରିଛି। କଂଗ୍ରେସ ଲେଖିଛି, ରାଜୀବଙ୍କ ଅଚାନକ ପରଲୋକରେ ଆମେ ସମସ୍ତେ ବହୁତ ଦୁଃଖୀ। ସେ ଜଣେ ବିଶ୍ୱସ୍ତ କଂଗ୍ରେସ ନେତା ଏବଂ ସଚ୍ଚୋଟ ଦେଶଭକ୍ତ ଥିଲେ। ଏଭଳି ଏକ ଦୁଃଖଭରା ସମୟରେ ତାଙ୍କ ପରିବାର ପ୍ରତି ଆମର ଗଭୀର ସମବେଦନା ରହିଛି।

ତାଙ୍କ ପରଲୋକରେ ରାଜନୀତିକ ବ୍ୟକ୍ତିମାନେ ମଧ୍ୟ ଶୋକ ଜଣାଇଛନ୍ତି। ଟିଭି ଡିବେଟ୍ସରେ ରାଜୀବଙ୍କ ସହ ନଜର ଆସୁଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ର ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସମ୍ବିତ କହିଛନ୍ତି, କଂଗ୍ରେସରେ ମୋର ପ୍ରିୟ ମୁଖପାତ୍ର ରାଜୀବ ତ୍ୟାଗି ଆମ ସହ ଆଉ ନାହାନ୍ତି। ଆଜି ୫ଟା ବେଳେ ଆମେ ଏକାଠି ଡିବେଟ୍ କରିଥିଲୁ। ଜୀବନ ବହୁତ ଅନିଶ୍ଚିତ। ଏବେ ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ। ସେହିପରି ଆଉ କିଛି ନେତା ମଧ୍ୟ ରାଜୀବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like