ରାଫେଲ୍ ଡିଲ୍‌କୁ ନେଇ ସରକାରକୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସଂସଦରେ ରାଫେଲ୍ ତାତି।  ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଫେଲ୍ ଡିଲ୍‌କୁ ନେଇ ଏନ୍‌ଡିଏ ସରକାରକୁ ଘେରିଛି କଂଗ୍ରେସ।

ରାଫେଲ ଡିଲ୍ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଛି।

ସରକାର ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାରମ୍ବାର କହୁଥିବାବେଳେ ରାଫେଲ୍ ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଏହାସହ ରାଫେଲ୍ ଡିଲ୍‌କୁ ନେଇ ଜେପିସି ଦାବି କରିଛି। କଂଗ୍ରେସ ଜେପିସି ଦାବିରେ ଲୋକସଭାରେ କଂଗ୍ରେସ ସାଂସଦ ହଙ୍ଗାମା କରିଥିଲେ।

ଏହାସହ ରାମ ମନ୍ଦିର ଓ କାବେରୀ ନଦୀ ପ୍ରସଙ୍ଗରେ ଲୋକସଭାରେ ହଟ୍ଟଗୋଳ ହେବାରୁ ଲୋକସଭାକୁ ମୁଲତବି ରଖାଯାଇଛି। ସେହପରି ରାଫେଲ୍ ଡିଲ୍ ତାତିକୁ ନେଇ ଦିନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବି ରଖାଯାଇଛି।

 

 

 

You might also like