ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ
ଜୟପୁର: ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି।
କୃଷିଋଣ ଛାଡ଼, ମହିଳାଙ୍କୁ ମାଗଣା ଶିକ୍ଷା ଓ ଯୁବକଙ୍କୁ ଚାକିରୀର ଭରସା ଦେଇଛି କଂଗ୍ରେସ।
ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଇସ୍ତାହାର କମିଟିର ଅଧ୍ୟକ୍ଷ ହରୀଶ ଚୌଧୁରୀ ଇସ୍ତାହାର ପ୍ରକାଶ କରିଛନ୍ତି।
ଲୋକଙ୍କ ପରାମର୍ଶରେ ଇସ୍ତାହାର କରାଯିବା ସହ ସାଧାରଣ ଲୋକଙ୍କ ଦାବିକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଦଳ କ୍ଷମତାକୁ ଆସିଲେ ସରକାର ବେକାରୀ ଯୁବକଙ୍କୁ ୩୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ସାମ୍ବାଦିକଙ୍କ ସୁରକ୍ଷା ଲାଗି ବିଧେୟକ ଆଣିବାକୁ ଦଳ କହିଛି।