କଂଗ୍ରେସର ସସ୍‌ପେଣ୍ଡ ବିଧାୟକ ରୋଶନ ବିମାନବନ୍ଦରରେ ଅଟକ

ବେଙ୍ଗାଲୁରୁ: ଦେଶ ଛାଡି ଫେରାର ହେବାକୁ ପ୍ରସ୍ତୁତ ହେଉଥିବା ସସପେଣ୍ଡ କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ କର୍ଣ୍ଣାଟକ ଏସଆଇଟି ଅଟକ ରଖିଛି।

ବେଙ୍ଗାଲୁରୁର ଆନ୍ତର୍ଜାତିକ ବିମାନ ବନ୍ଦରରୁ ପଳାୟନ କରିବାକୁ ଉଦ୍ୟମ କରୁଥିବା ବେଳେ ଏସଆଇଟି ପକ୍ଷରୁ ରୋଶନଙ୍କୁ ଅଟକ ରଖାଯାଇଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ସୂଚନା ଦେଇଛନ୍ତି।

ଆଏମଏ ଚିଟଫଣ୍ଡ ଠକେଇ ଘଟଣାରେ ରୋଶନଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଗତକାଲି ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ସେ ଜରୁରୀ କାମ ଦର୍ଶାଇ ହାଜର ହୋଇ ନଥିଲେ।

ଶିବାଜୀ ନଗରରୁ ବିଧାୟକ ଥିବା ରୋଶନ ବେଗଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ବିରୋଧ କରିବା ଅଭିଯୋଗରେ କଂଗ୍ରେସ ଦଳରୁ ସସପେଣ୍ଡ କରାଯାଇଛି।

You might also like