ଭୋଟ୍‌ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍‌ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ ସହ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ଯାଇଥିଲେ। ସେଠାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ମତଦାନ ପରେ ପ୍ରତିକ୍ରିୟା ରଖି ଦୁର୍ନୀତି ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ିଥିବା କଥା ଦୋହରାଇଛନ୍ତି ରାହୁଲ। ତେବେ ଏହି ନିର୍ବାଚନରେ ଭଲ ପାଇବା ହିଁ ଜିତିବ ବୋଲି ଗଣ ମାଧ୍ୟମକୁ କହିଥିଲେ।

You might also like