ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଲୋକଙ୍କ ସ୍ୱର ହେବାକୁ ଦଳକୁ ଅାହ୍ୱାନ ଦେଲେ ରାହୁଲ

ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପୂର୍ବରୁ କିମ୍ବା ପରେ କେଉଁ ଦଳ ସହ ମେଣ୍ଟ କରାଯିବ ସେ ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧି ଚୂଡାନ୍ତ ନିଷ୍ପତ୍ତି ନେବେ।

ଏଥିସହ ନିର୍ବାଚନ ପ୍ରଚାର କମିଟି ଗଠନ ନେଇ ମଧ୍ୟ ରାହୁଲ ନିଷ୍ପତ୍ତି ନେବେ। ଏହି ଅବସରରେ ନିର୍ବାଚନରେ କଂଗ୍ରେସକୁ ଲୋକଙ୍କ ସ୍ୱର ଭାବେ ଭୂମିକା ନିର୍ବାହ କରିବାକୁ କଂଗ୍ରେସକୁ ଆହ୍ୱାନ ଦେଇଛନ୍ତି ଦଳର ସଭାପତି ରାହୁଲ ଗାନ୍ଧି। ଆଜି ଦିଲ୍ଲୀରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକରେ ସେ କହିଛନ୍ତି।

ବିଜେପି ଦେଶର ବିଭିନ୍ନ ଅନୁଷ୍ଠାନ, ଦଳିତ, ଆଦିବାସୀ, ଗରିବ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରୁଥିବା ବେଳେ କଂଗ୍ରେସର ଦାୟିତ୍ୱ ହେଉଛି ଏହାକୁ ପ୍ରତିହତ କରିବା। ଭାରତର ନିର୍ଯାତିତଙ୍କ ପାଇଁ କାମ କରିବାକୁ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧି। ନୂଆ କରି ଗଠିତ ହୋଇଥିବା କାର୍ଯ୍ୟକାରୀ କମିଟିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସେତୁ ବୋଲି ସେ କହିଛନ୍ତି। ସେହିପରି ସୋନିଆ ଗାନ୍ଧି ଓ ମନମୋହନ ସିଂହ ମଧ୍ୟ ମୋଦି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ନୂଆ କାର୍ଯ୍ୟକାରୀ କମିଟି ଗଠନ ହେବା ପରେ କଂଗ୍ରେସରେ ଏହା ପ୍ରଥମ ବୈଠକ ଥିଲା।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like