ବିଜେପିକୁ ପଛରେ ପକାଇବ କି କଂଗ୍ରେସ? ରାହୁଲଙ୍କ ପାଇଁ ଦଳୀୟ କର୍ମୀଙ୍କ ଯଜ୍ଞ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍‌ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି।

ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍‌ ଅନୁଯାୟୀ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ସେପଟେ କଂଗ୍ରେସର ଏଭଳି ବିଜୟକୁ ନେଇ ଦଳର କର୍ମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ ଯଜ୍ଞ କରିଛନ୍ତି। କଂଗ୍ରେସ କର୍ମୀ ରାହୁଲ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପ୍ରିୟଙ୍କା ଭଦ୍ରା, ମଧ୍ୟପ୍ରଦେଶ କଂଗ୍ରେସ ନେତା କମଲ୍‌ ନାଥ ଓ ରାଜସ୍ଥାନ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ଙ୍କ ଫଟୋ ରଖି ବସିଥିବା ଦେଖିବାକୁ ମିଳିଛି।

ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ୨୦୧୯ ନିର୍ବାଚନ ପୂର୍ବରୁ ଏହି ୫ ରାଜ୍ୟର ଫଳାଫଳକୁ ସେମି ଫାଇନାଲ୍‌ ବୋଲି କୁହାଯାଉଛି।

You might also like