ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ଦାବି ପୁଣି ତେଜିଲା

ନୂଆଦିଲ୍ଲୀ:  କଗ୍ରେସର ମଙ୍ଗ ପୁଣି ସମ୍ଭାଳିବେ ରାହୁଲ ଗାନ୍ଧି ! ଏପରି ଦାବି କରିଛନ୍ତି ଦଳର ବରିଷ୍ଠ ନେତାଗଣ ।  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ଦଳର ଲୋକସଭା ସଦସ୍ୟଙ୍କ ସହ ଏକ ଡିଜିଟାଲ୍ ବୈଠକ କରି ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ କରୋନାଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଅନେକ ସାଂସଦ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦବୀ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ସୂଚନାନୁସାରେ, ଏହି ବୈଠକରେ କେ. ସୁରେଶ, ଅବଦୁଲ ଖାଲିକ,ଗୌରବ ଗୋଗୋଇଙ୍କ ସମେତ ଅନ୍ୟ କିଛି ସାଂସଦ ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ। ଏମାନଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଶୁକ୍ରବାର ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସର ନେତୃତ୍ୱ ନେବା ଉଚିତ ବୋଲି କହିଥିଲେ । ସେହିପରି କଂଗ୍ରେସ କାର୍ଯ୍ୟସମିତି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦାବି ଉଠାଇଥିଲେ ଯାହାକୁ ଅନେକ ନେତା ସମର୍ଥନ କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଶନିବାର ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ନେବାକୁ ଅନୁରୋଧ କରିଥିବାବେଳେ ଦଳୀୟ ସଂଗଠନକୁ ପନର୍ବାର ମଜବୁତ କରିବା ପାଇଁ କହିଥିଲେ।

ସିଂ ଦାବି କରିଛନ୍ତି, ‘ମୁଁ ବ୍ୟକ୍ତିଗତ ଭାବେ ରାହୁଲ ଜୀ ଏବଂ ପ୍ରିୟଙ୍କା ଜୀଙ୍କର ଆକ୍ରମଣାତ୍ମକ ମନୋଭାବକୁ ସମର୍ଥନ କରେ। ସେମାନେ ଭାରତ ଏବଂ ଉତ୍ତରପ୍ରଦେଶରେ ଜାତୀୟ ସ୍ୱାର୍ଥର ପ୍ରସଙ୍ଗ ଉଠାଉଛନ୍ତି। ଯଦି କଂଗ୍ରେସର କିଛି ନେତା ଏହାକୁ ପ୍ରଶଂସା କରନ୍ତି ନାହିଁ, ତେବେ ସେମାନେ କାହିଁକି କଂଗ୍ରେସରେ ଅଛନ୍ତି? ‘

ଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି, କରୋନା ସଙ୍କଟ ଏବଂ ସଂସଦର ପରବର୍ତ୍ତୀ ଅଧିବେଶନରେ ଉଠାଯିବାକୁ ଥିବା ପ୍ରସଙ୍ଗ  ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like