• translate
Prangyan Parimita

ନୂଆଦିଲ୍ଲୀ : କମ୍ୟୁନିଟି ସମର୍ଥନରେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମଲିଙ୍ଗୀଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପ୍ରାଇଡ ମନ୍ଥକୁ ନେଇ ଲାକଙ୍କୁ ଶୁଭକାମନା ଜଣାଇଛନ୍ତି । ସମଲିଙ୍ଗୀକୁ ସମାଜରେ ସମ୍ମାନ ଏବଂ ସମାନ ଅଧିକାର ପାଇବା ପାଇଁ ଏକ ଦୀର୍ଘ ଲଢ଼େଇ ଜାରି ରହିଛି । ରେନବୋ ଫ୍ଲାଗ୍ ସେୟାର କରି ଇନଷ୍ଟାଗ୍ରାମରେ ରାହୁଲ ଗାନ୍ଧୀ ଲେଖିଛନ୍ତି, Love is love । ଶାନ୍ତିପୂର୍ଣ୍ଣ ବ୍ୟକ୍ତିଗତ ବିକଳ୍ପକୁ ସମସ୍ତେ ସମ୍ମାନ କରିବା ଉଚିତ୍। ପ୍ରଥମ ଥର ପାଇଁ ଜଣେ ନେତା ସୋସିଆଲ ମିଡିଆରେ ଏଲଜିବିଟି କମ୍ୟୁନିଟିକୁ ଏହିପରି ଅଭିନନ୍ଦନ ଜଣାଇଛନ୍ତି।

ଜୁନ୍ ୨ ତାରିଖରେ ଗୁଗୁଲ ଆମେରିକାର ଆକ୍ଟିଭିଷ୍ଟ ଫ୍ରାଙ୍କ କେମିନିଙ୍କ ଉଦ୍ଦେଶ୍ୟରେ ଡୁଡୁଲ ସମର୍ପଣ କରିଛି। ସେ ସମଲିଙ୍ଗୀଙ୍କ ସମ୍ମାନ ଏବଂ ସେମାନଙ୍କ ଅଧିକାର ପାଇଁ ଦୀର୍ଘ ଲଢେଇ ଲଢ଼ିଥିଲେ ଆଉ ଏବେ ସେମାନଙ୍କୁ ତାଙ୍କର ଅଧିକାର ମିଳିସାରିଛି । ଏପରିସ୍ଥଳେ ପ୍ରତି ବର୍ଷ ଜୁନ ମାସକୁ ପ୍ରାଇଡ୍ ମନ୍ଥ ରୂପେ ପାଳନ କରାଯାଏ ।

ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ବର୍ତ୍ତମାନ ଏଲଜିବିଟି କମ୍ୟୁନିିଟିକୁ ଲୋକେ ସମର୍ଥନ କରୁଛନ୍ତି । ପୁର୍ବ ପରି ତାଙ୍କ ପ୍ରତି ଲୋକଙ୍କ ମନରେ ଅସୂୟା ଭାବ ନାହିଁ । ଧୀରେ ଧୀରେ ସମାଜର ବିଚାରଧାରାରେ ପରିବର୍ତ୍ତନ ଆସୁଛି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ପୋଷ୍ଟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଅନେକ ଲୋକ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । ରାହୁଲଙ୍କ ମାନସିକତାକୁ ନେଇ ଅନେକ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି । ରାହୁଲଙ୍କ ବ୍ୟତୀତ କଂଗ୍ରେସ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ରେନବୋ ପ୍ଲାଗ୍ ସେୟାର କରିଛି । ‘ପ୍ରେମ ହେଉଛି ପ୍ରେମ। ସମସ୍ତ ଭାରତୀୟଙ୍କୁ ପ୍ରାଇଡ୍ ମନ୍ଥର ଶୁଭକାମନା ଜଣାଇଛି କଂଗ୍ରେସ ।


ସୂଚନାଯୋଗ୍ୟ ପ୍ରାଇଡ ମନ୍ଥର ବିଶେଷ ଉତ୍ସବରେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଆମେରିକୀୟ ଆକ୍ଟିଭିଷ୍ଟ ଫ୍ରାଙ୍କ କେମିନିଙ୍କୁ ଡୁଡୁଲ ସମର୍ପିତ କରିଥିଲା। ଫ୍ରାଙ୍କ କେମିନି ସମଲିଙ୍ଗୀ ଥିଲେ ଆଉ ସେଥିପାଇଁ ତାଙ୍କୁ ସମାଜରେ ଅନେକ ଥର ଅପମାନିତ ହେବାକୁ ପଡ଼ିଛି । ସମଲିଙ୍ଗୀ ହୋଇଥିବାରୁ ତାଙ୍କୁ ଚାକିରିରୁ ମଧ୍ୟ ବାହାର କରିଦିଆ ଯାଇଥିଲା । ଏହାସତ୍ତ୍ୱେ ଫ୍ରାଙ୍କ୍ ଲଢ଼େଇ ଜାରି ରଖିଥିଲେ ଏବଂ କେବେ ବି ନିଜର ପରିଚୟ ଲୁଚାଇବାକୁ ଚେଷ୍ଟା କରିନଥିଲେ।

ସମଲିଙ୍ଗୀଙ୍କୁ ତାଙ୍କର ଅଧିକାର ଓ ସମ୍ମାନ ଦେବାପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଫ୍ରାଙ୍କ୍ । ଫ୍ରାଙ୍କଙ୍କ ଏହି ଲଢ଼େଇରେ ଧୀରେ ଧୀରେ ଲୋକଙ୍କ ସମର୍ଥନ ମିଳିଥିଲା । ଆଉ ଦୀର୍ଘ ଲଢ଼େଇ ପରେ ଫ୍ରାଙ୍କ ଶେଷରେ ଜିତି ଯାଇଥିଲେ ଏବଂ ତାଙ୍କ ସାମ୍ନାରେ ଆମେରିକା ସରକାରଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଥିଲା ।

Other Stories