କଂଗ୍ରେସ ଜେଡିଏସ୍ ମେଣ୍ଟକୁ ବଡ଼ ସଫଳତା

୪ଟିରେ ମେଣ୍ଟ ବାଜିମାତ୍‌ କରିଛି। କେବଳ ସିମ୍ଓଗା ଲୋକସଭା ଆସନରେ ହିଁ ବିଜେପିକୁ ସଫଳତା ମିଳିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦୁରପ୍ପାଙ୍କ ପୁଅ ବି. ଏସ୍. ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି।

କଂଗ୍ରେସ ଏବଂ ମେଣ୍ଟ ବେଲାରୀ, ମାଣ୍ଡ୍ୟା, ରାମନଗରମ୍ ଏବଂ ଜାମଖଣ୍ଡି ଆସନକୁ କଂଗ୍ରେସ-ଜେଡିଏସ୍ ମେଣ୍ଟ ଅକ୍ତିଆର କରିଛି। ତେବେ ସବୁଠୁ ବଡ଼ କଥା ବେଲାରୀ ଆସନ ପୂର୍ବରୁ ବିଜେପି ଗଡ଼ ଭାବେ ପରିଚିତ ଥିଲା ଯାହାକୁ ଏବେ କଂଗ୍ରେସ କବଜ୍ଜା କରିଛି।

ମେଣ୍ଟର ସଫଳତା ପରେ ବିଭିନ୍ନ ସ୍ଥାନରେ ଏହାକୁନେଇ ସେଲିବ୍ରେସନ୍ ଆରମ୍ଭ ହୋଇଛି । କଂଗ୍ରେସ ଏବଂ ଜେଡିଏସ୍ କାର୍ଯ୍ୟାଳୟ ଗୁଡ଼ିକରେ ଦଳୀୟ କର୍ମୀ ମିଠା ବାଣ୍ଟି ଓ ବାଣ ଫୁଟାଇ ଖୁସି ମନାଇଛନ୍ତି ।

You might also like
Comments
Loading...