ବିଜେପି ଗଡ଼ରେ ଚାଲିବ କଂଗ୍ରେସର ରାଜ୍‌!

ନୂଆଦିଲ୍ଲୀ: ୫ ରାଜ୍ୟର ଭୋଟ୍‌ ଗଣତି ଚାଲିଥିବା ବେଳେ ନିର୍ବାଚନ ଫଳାଫଳ ଟ୍ରେଣ୍ଡସ୍‌ ଅନୁଯାୟୀ ୨ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ବିଜେପି ଠାରୁ ଆଗୁଆ ରହିଥିବା ବେଳେ ମଧ୍ୟପ୍ରଦେଶରେ ୨ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହି ୩ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ଜଣାପଡ଼ିଛି।

ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ଏଭଳି ବିଜୟ ନେଇ ଦଳୀୟ କର୍ମୀମାନେ ସେଲେବ୍ରେସନ୍‌ ଆରମ୍ଭ କରିଛନ୍ତି।

ସେପଟେ ତେଲେଙ୍ଗାନାରେ ଟିଆର୍‌ଏସ୍‌, କଂଗ୍ରେସ ଓ ବିଜେପିକୁ ପଛରେ ପକାଇବା ସହ ପୁଣିଥରେ ସରକାର ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛି।

ସେହିପରି ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ୨୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସକୁ ୬ଟି ସିଟ୍‌ ଓ ବିଜେପିକୁ କେବଳ ୧ଟି ସିଟ୍‌ ମିଳିଛି।

ମଧ୍ୟାହ୍ନ ୧୨ଟା ସୁଦ୍ଧା ଟ୍ରେଣ୍ଡ୍‌…..

 

Source: NDTV

 

 

You might also like