ଟ୍ୱିଟକୁ ନେଇ କଂଗ୍ରେସର ମଜାକ ଉଡ଼ାଇଲା ବିରୋଧୀ

ନୂଆଦିଲ୍ଲୀ: ଦେଶରେ ଲଗାତର ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇବା ନେଇ କଂଗ୍ରେସ ପାର୍ଟିର ଏହାର ଜୋରଦାର ବିରୋଧ କରିଆସୁଛି। ଏହାକୁ ନେଇ ମଙ୍ଗଳବାର କଂଗ୍ରେସର କାର୍ଯ୍ୟକାରୀ କମିଟିର ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ କଂଗ୍ରେସ ପାର୍ଟି କ୍ରମାଗତ ତୈଳ ବୃଦ୍ଧିକୁ ନେଇ ଚିନ୍ତା ବ୍ୟକ୍ତ କରିଛି।


କଂଗ୍ରେସ କାର୍ଯ୍ୟକାରୀ କମିଟି କହିଛି ଯେ ଗୋଟିଏ ପଟେ କରୋନା ଭାଇରସ ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ତୈଳ ଦର ବଢ଼ାଇ ଲୋକଙ୍କ ଉପରେ ଜୋର ଜବରଦସ୍ତି ବୋଝ ଲଦି ଦେଉଛନ୍ତି। କଂଗ୍ରେସ ପାର୍ଟିର କାର୍ଯ୍ୟକାରୀ କମିଟି ବୈଠକ ପରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ରହିଥିଲା।


କଂଗ୍ରେସ କାର୍ଯ୍ୟକାରୀ କମିଟିର ଏହି ବିଜ୍ଞପ୍ତି ଟ୍ୱିଟରରେ ମଧ୍ୟ ଜାରି କରାଯାଇଛି। କିନ୍ତୁ ଏହି ବିଜ୍ଞପ୍ତିରେ କଂଗ୍ରେସ ଏକ ବଡ଼ ଭୁଲ୍‌ କରି ବସିଛି। ବିଜ୍ଞପ୍ତିରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବଦଳରେ କାୟରସୀମିତ ହୋଇଯାଇଛି। ଯାହାକୁ ନେଇ ବିରୋଧୀ ଦଳର କଂଗ୍ରେସ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ତେବେ କଂଗ୍ରେସ ପରେ ଟାଇପୋରେ ସୁଧାର କରି ଟ୍ୱିଟରରେ ନୂଆ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା।

ୟୁପିରେ ବିଜେପି ନେତା ଶାଲାଭାମାନୀ ତ୍ରିପାଠୀ କଂଗ୍ରେସର ଟ୍ୱିଟର ସ୍କ୍ରିନଶଟ୍ ଶେଆର୍ କରି କଂଗ୍ରେସର ମଜାକ ଉଡ଼ାଇଛନ୍ତି। ସେହିପରି ଆଉ କିଛି ୟୁଜର ମଧ୍ୟ କଂଗ୍ରେସକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।