୨୦ ଲକ୍ଷ କୋଟି ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦିଅ-କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ବିଜେପି ବିରୋଧରେ କଂଗ୍ରେସର ସୋସିଆଲ ମିଡିଆରେ ଯୁଦ୍ଧଂ ଦେହି ଡାକରା । ସୋସିଆଲ ମିଡିଆରେ କେନ୍ଦ୍ର ସରକାର ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନ ଆରମ୍ଭ କରିଛି । କରୋନା ସଂକଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦେବାକୁ କ୍ୟାମ୍ପେନ୍ ରେ ଜୋର୍ ଦେଇଛି କଂଗ୍ରେସ।

ଦେଶର ପ୍ରତି ଗରିବ ପରିବାରକୁ କେନ୍ଦ୍ର ସରକାର ତୁରନ୍ତ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ପାଇଁ ମୋଦି ସରକାର ଆର୍ଥିକ ସହାୟତା ଘୋଷଣା କରନ୍ତୁ। ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ସେମାନଙ୍କ ଘରେ ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ଦାବି ରଖିଛି।

ଏହା ସହ ଏମନରେଗା ଯୋଜନାରେ ଗ୍ରାମାଞ୍ଚଳର ଦିନ ମଜୁରିଆଙ୍କୁ ୨ଶହ ଦିନର କାମ ଦେବାକୁ ଦାବି କରିଛି କଂଗ୍ରେସ । ସ୍ପିକ୍ ଅପ୍ ଇଣ୍ଡିଆ କ୍ୟାମ୍ପେନର ନିଜେ ନେତୃତ୍ୱ ନେଇଛନ୍ତି ସୋନିଆ ଗାନ୍ଧି । ଫେସବୁକ, ଟ୍ୱିଟର ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ୟାମ୍ପେନ କରାଯାଇଛି ।

ରାଜ୍ୟସ୍ତରରେ ଏହାର ନେତୃତ୍ୱ ନେଇଛନ୍ତି ନିରଂଜନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବା ସହ ଚାଷୀଙ୍କୁ ସହାୟତା ପାଇଁ ନିରଞ୍ଜନ ଦାବି କରିଛନ୍ତି । କଂଗ୍ରେସ ଅଭିଯୋଗର ଜବାବ ରଖିଛନ୍ତି ବିଜେପିର ପୃଥ୍ୱୀରାଜ ହରିଚନ୍ଦନ

You might also like