ଥିରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କଲେ ରାହୁଲ

ଥିରୁଅନନ୍ତପୁରମ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି କେରଳର ଥିରୁନେଲି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ରାହୁଲ ପୂଜା କରିବା ପାଇଁ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଯାଇଥିଲେ। ବ୍ରହ୍ମଗିରି ପାହାଡ଼ ଉପରେ ଥିବା ଏହି ମନ୍ଦିରର ବେଶ ପ୍ରସିଦ୍ଧି ରହିଛି।

ପାରମ୍ପରିକ ବେଶଭୂଷାରେ ରାହୁଲ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ରାହୁଲ ଗାନ୍ଧି ୱାୟନାଡରୁ ଆନୁଷ୍ଠାନିକ ଭାବେ ପ୍ରଚାର ଆରମ୍ଭ କରିଛନ୍ତି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ସହ କେରଳର ୱାୟନାଡ୍ ଆସନରୁ  ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

You might also like