କଂଗ୍ରେସର ବରିଷ୍ଠ ନେତା କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ ଏବଂ ପ୍ରତିଦିନ ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହା ମଧ୍ୟରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଏବଂ ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେହିପରି ତାଙ୍କ ପତ୍ନୀଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।

ତେବେ ଏହି ମାମଲାରେ ଭଲ ଖବର ହେଉଛି ଯେ ତାଙ୍କ ଭିତରେ କରୋନା ସଂକ୍ରମଣ ସ୍ତର ସେତେଟା ବ୍ୟାପକ ହୋଇନାହିଁ ବରଂ ଏହା ନିମ୍ନସ୍ତରରେ ଅଛି। ଏହାବ୍ୟତୀତ ତାଙ୍କ ଅଫିସରେ ଥିବା ବାକି କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି। ତେବେ ସିଙ୍ଘଭୀ ୨ୟ କଂଗ୍ରେସ ନେତା ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସଞ୍ଜୟ ଝା’ଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। କିନ୍ତୁ ଏବେ ସହ ସୁସ୍ଥ ହୋଇସାରିଛନ୍ତି।

ଗତ ସପ୍ତାହରେ କଂଗ୍ରେସର ଏହି ଜଣେ ରାଷ୍ଟ୍ରୀୟ ମୁଖପାତ୍ର ବିଜେପିରେ ପାଦ ଥାପିବେ ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା। ତେବେ ଖୋଦ୍ ଅଭିଷେକ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ଅଭିଷେକ ମଧ୍ୟ ଏଭଳି ଚର୍ଚ୍ଚାକୁ ନେଇ ଅନେକ ଟ୍ୱିଟ୍ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ

You might also like