ତାମିଲନାଡୁରେ ମେ ୧୦ରୁ ୧୪ ଦିନିଆ ଲକଡାଉନ୍

ଚେନ୍ନାଇ : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକଡାଉନ୍ । କରୋନା ଚେନରେ ବ୍ରେକ୍ ଲଗାଇବା ଲାଗି ମେ ୧୦ରୁ ମେ ୨୪ ଯାଏ ତାମିଲନାଡୁରେ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁର ନୂତନ ଡିଏମକେ ସରକାର । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଘୋଷଣା କରାଯାଇଛି। ଏମକେ ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆଜି ଏପରି କଠୋର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟକ ୨୬୦୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଶୁକ୍ରବାର ଦିନ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ଷମତାକୁ ଆସିବା ପରେ ସରକାର କରୋନା ବିରୋଧୀ ଯୁଦ୍ଧ ଘୋଷଣା କରିଛନ୍ତି । ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମିଳିଥିବା ମତାମତ ଆଧାରରେ ଏଭଳି କଠୋର ପଦକ୍ଷେପ ନିଆଯାଇଛି । ତେବେ ଲକଡାଉନ୍ ସମୟରେ ପନିପରିବା, ମାଛ, ମାଂସ, ଗ୍ରୋସରୀ ଦୋକାନ ଖୋଲା ରହିବ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ବ୍ୟବସ୍ଥା ଉପରେ କଟକଣା ରହିବ ନାହିଁ । ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ୍ ସେବା ସ୍ୱାଭାବିକ ଭାବେ ଚାଲୁ ରହିବ ।

ସେହିପରି ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ କମ୍ କରିବାକୁ ସାରା ରାଜ୍ୟରେ କର୍ଫ୍ୟୁ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲାନି । ଫଳରେ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଆସନ୍ତା ୧୦ ତାରିଖରୁ ମେ ୨୪ ତାରଖ ସକାଳ ୬ଟା ଯାଏ ଏହି କଟକଣା ଜାରି ରହିବ ଲକଡାଉନ୍ । କଟକଣାରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି ଆ ମାଲ୍ ପରିବହନକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । ଗ୍ରୋସରୀ ଦୋକାନ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟ ଖୋଲା ରହିବ ବୋଲି ଲକଡାଉନ୍ ଗାଇଡଲାଇନରେ ଦର୍ଶାଯାଇଛି । ସେହିଭଳି ଏହି କଟକଣା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଏବଂ କାର୍ଗୋ ଯାନବାହନର ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି ।

You might also like