ରାୟପୁରକୁ ଲକଡାଉନ ଘୋଷଣା କଲେ ସରକାର
ଲକଡାଉନ ହେଲା ରାୟପୁର
ରାୟପୁର: କରୋନା ସଂକ୍ରମଣ ବଢୁଥିବାରୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର। ସୂଚନା ଅନୁସାରେ, ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ ରହିବ। ଆସନ୍ତା ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କରିଛନ୍ତି ସରକାର। କହିବାକୁ ଗଲେ ଛତିଶଗଡ଼ର କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ତେଣୁ ବାଧ୍ୟ ହୋଇ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର।
#ରାୟପୁର_ଲକଡାଉନ
ଛତିଶଗଡ଼ର ରାୟପୁର ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ। ଏପ୍ରିଲ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା ହୋଇଛି। କରୋନା ସଂକ୍ରମଣ ଅଣାୟତ୍ତ ଦେଖି ଲକଡାଉନ କଲେ ସରକାର#India #CoronaVirus #COVID19 #Raipur pic.twitter.com/VO2ksJ5Jnn— ଓଟିଭି (@otvkhabar) April 7, 2021
ଗୋଟିଏ ପଟେ ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି।
ସେପଟେ ଦିଲ୍ଲୀରେ କରୋନା କଟକଣା ଲାଗୁ ହୋଇଛି। ରାଜଧାନୀ ଦିଲ୍ଲାରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ମହାରାଷ୍ଟ୍ର ପରେ ଏଣିକି ଦିଲ୍ଲୀରେ ଲାଗିଛି ନାଇଟ୍ କର୍ଫ୍ୟୁ। କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଜିଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୯ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ଏହାସହ ରାଜ୍ୟରେ ସମସ୍ତ ରାଜନୈତିକ ଏକତ୍ରିକରଣ ବନ୍ଦ ରହିବ ବୋଲି ମଧ୍ୟ ସୂଚନା ମିଳିଛି।
ଏପଟେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଛତିଶଗଡ଼ରେ ଯଦି ସଂକ୍ରମଣ ନକମେ ତେବେ ପୂରା ରାଜ୍ୟରେ କଟକଣାକୁ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।