କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ
ମୁମ୍ବାଇ: ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ୍ ମିଳିଛି। ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ଉଭୟଙ୍କୁ ଆଜି ଜାମିନ୍ ପ୍ରଦାନ କରିଛନ୍ତି। ଉଭୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(NCB) ଗିରଫ କରିଥିଲା।
ଶନିବାର ଦିନ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍ ଓ ପ୍ରଡକ୍ସନ ହାଉସ୍ରେ ରେଡ୍ କରିଥିଲା NCB। ଏହି ସମୟରେ ୮୬.୫ ଗ୍ରାମ୍ର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଏନ୍ସିବି ଅଫିସ ନିଆଯାଇଥିଲା।
ଜେରା ସମୟରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଉଭୟ ଗଞ୍ଜେଇ ବ୍ୟବହାର କରୁଥିବା କଥା ସ୍ୱୀକାର କରିଥିଲେ। ଏହି ଘଟଣାରେ ଭାରତୀ ଓ ହର୍ଷଙ୍କୁ ଏନ୍ସିବି ଗିରଫ କରିଥିଲା। ଏହାପରେ ଭାରତୀଙ୍କୁ କଲ୍ୟାଣ ଓ ହର୍ଷଙ୍କୁ ତଲୋଜା ଜେଲ୍କୁ ପଠାଯାଇଥିଲା। ତେବେ ଆଜି ଉଭୟଙ୍କୁ ଜାମିନ ମିଳିଛି।