ଏମିତି ଜଣେ ବ୍ୟକ୍ତି ଯିଏକି ୩ ସେନାରେ କରିଛନ୍ତି କାମ

ନୂଆଦିଲ୍ଲୀ : କର୍ଣ୍ଣେଲ ପୃଥୀପାଲ ସିଂ ଗିଲ । ଯିଏ କି ନିଜ ଜୀବନରେ ଦେଶର ୩ ସେନାରେ କାର୍ଯ୍ୟ କରିଛନ୍ତି । ନୌସେନା, ବାୟୁସେନା ଏବଂ ସେନାରେ କାମ କରି ନିଜର ଦକ୍ଷତା ଦେଖାଇଛନ୍ତି । ପ୍ରୀତିପାଲଙ୍କୁ ଏହାରି ମଧ୍ୟରେ ୧୦୦ ବର୍ଷ ପୂରିଛି । ମିଳିଥିବା ସୂଚନା ଅନୁସାରେ, ପୃଥୀପାଲ ସିଂ ଗିଲ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ ଅଧୀନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ ।

ପରେ ପରେ ତାଙ୍କୁ କରାଚିରେ ପାଇଲଟ୍ ଅଫିସର ଭାବରେ ନିଯୁକ୍ତ କରାଯାଇଥିଲା। ସେ ହାୱାର୍ଡ ବିମାନ ଉଡାଉଥିଲେ। ୧୯୬୫ ଯୁଦ୍ଧରେ ମଧ୍ୟ ଯୋଗ ଦେଇଥିଲେ ପୃଥୀପାଲ। ଲେଫ୍ଟନାଣ୍ଟ ଜେନେରାଲ କେ.ଜେ ସିଂ ତାଙ୍କ ଟୁଇଟର ହ୍ୟାଣ୍ଡେଲରୁ ଗିଲଙ୍କ ବିଷୟରେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଯୁବ ବୟସର ଏକ ଫଟୋ ଏବଂ ବର୍ତ୍ତମାନର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାସହ କ୍ୟାପସନ ଦେଇଛନ୍ତି, ‘କର୍ଣ୍ଣେଲ ପୃଥୀପାଲ ସିଂ ଗିଲ – ୧୦୦ନଟ୍ ଆଉଟ୍’। ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା ।

ପରେ କର୍ଣ୍ଣେଲ ପୃଥୀପାଲ ସିଂ ଗିଲଙ୍କୁ ଭାରତୀୟ ନୌସେନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ସ୍ୱିପିଂ ଜାହାଜ ଏବଂ INS ତୀରରେ ସେବା କରିଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମାଲ ପରିବହନ ଜାହାଜଗୁଡ଼ିକର ତଦାରଖ କରୁଥିଲେ। ଜଣେ ନୌସେନା ଅଧିକାରୀ ଭାବରେ ଡେପୁଟି ଲେଫ୍ଟନାଣ୍ଟ ପୃଥୀପାଲ ସିଂ ଗିଲ ଦେଓଲାଲି ସ୍କୁଲ ଅଫ୍ ଆର୍ଟିଲିରିରେ ଲଙ୍ଗ ଗୁନେରୀ ଷ୍ଟାଫ୍ ପାଠ୍ୟକ୍ରମ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ପରେ ଗିଲଙ୍କୁ ସେନାକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କୁ ଗ୍ୱାଲିଅର ମାଉଣ୍ଟେନ୍ ବ୍ୟାଟେରୀରେ ପୋଷ୍ଟ କରାଯାଇଥିଲା। ଏହା ବ୍ୟତୀତ ସେ ମଣିପୁରର ଆସାମ ରାଇଫଲ୍ସରେ ମଧ୍ୟ କାର୍ଯ୍ୟ କରିଥିଲେ।

You might also like