ଆତଙ୍କବାଦୀଙ୍କ କବଳରୁ ପରିବାରକୁ ଉଦ୍ଧାର କରି ସହିଦ ହେଲେ ୫ ଯବାନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଓ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି।

ତେବେ ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଆତଙ୍କବାଦୀମାନେ କୁପଓ୍ୱାଡା ଜିଲ୍ଲାର ହନ୍ଦୱାରା ଅଞ୍ଚଳରେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ ଶନିବାର ଦିନ ସେନା ଓ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଏହି ଅଞ୍ଚଳରେ ଲୁଚି ରହିବା ସହ ଓ ଗୋଟିଏ ଘରକୁ ନିଜ କବଜାକୁ ନେଇ ଯାଇଥିଲେ। ଯେଉଁଠି ପୂରା ପରିବାରର ସଦସ୍ୟଙ୍କୁ ବନ୍ଦୀ କରି ନେଇଥିଲେ। ଯବାନମାନେ ସେହି ଘରକୁ ଯାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାବଳୟ ମୁହାଁମୁହିଁ ହୋଇଥିଲେ। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୫ ଯବାନ ସହିଦ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଏହି ଅପେରସନ ପରେ ଉକ୍ତ ଘରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି

You might also like