ଅଲିଅଳି ଝିଅ ସହ ବାକି ରହିଗଲା ଅନେକ କଥା..

ନୂଆଦିଲ୍ଲୀ:ଝିଅକୁ ବହୁତ ଭଲ ପାଉଥିଲେ। ଝିଅ ଥିଲା ତାଙ୍କର ଦିଲ୍‌, ଧଡକନ୍….ସବୁକିଛି। ସହକର୍ମୀଙ୍କ ସହ କଥା ହେଲାବେଳେ ଆଉ କିଛି ନୁହେଁ, କେବଳ ଝିଅ କଥା ହିଁ କୁହନ୍ତି କର୍ଣ୍ଣଲ ଆଶୁତୋଷ। ଅନେକ କଥା ଥିଲା ଅଲିଅଳି ଝିଅକୁ କହିବା ପାଇଁ। ଝିଅର ବି ଅନେକ ବରାଦ ଥିଲା ବାପାଙ୍କ ପାଖରେ । ହେଲେ ସବୁକିଛି ଅଧା ରହିଗଲା….।  ହିନ୍ଦୱାରା ଏନ୍‌କାଉଣ୍ଟରରେ ସହୀଦ ହୋଇଥିବା ବାହାଦୁର କର୍ଣ୍ଣଲ ଆଶୁତୋଷ ଶର୍ମା (Colonel Ashutosh Sharma) ଙ୍କୁ ମନେ ପକାଇ ଏମିତି କହୁଛନ୍ତି ତାଙ୍କର ସହକର୍ମୀମାନେ।

ଗତକାଲି ହିନ୍ଦୱାରା ଏନ୍‌କାଉଣ୍ଟରରେ କର୍ଣ୍ଣଲ ଆଶୁତୋଷଙ୍କ ସହ ୫ଜଣ ସହୀଦ ହୋଇଥିଲେ । କର୍ଣ୍ଣଲ ଆଶୁତୋଷ ଖୁବ ବାହାଦୁର ଥିଲେ। ସବୁବେଳେ ଆତଙ୍କୀ ଆକ୍ରମଣ ବେଳେ ସେ  ଆଗରେ ରହୁଥିଲେ। ତାଙ୍କର ଜଣେ ସହଯୋଗୀଙ୍କ କହିବା ଅନୁସାରେ କର୍ଣ୍ଣଲ ୩୦ ଆତଙ୍କୀଙ୍କୁ ଧୂଳି ଚଟାଇଥିଲେ।

୪୫ ବର୍ଷ ବୟସ୍କ କର୍ଣ୍ଣଲ ଖୁବ୍‌ ଭଲ ମଣିଷ ବି ଥିଲେ। ନିଜ କର୍ତ୍ତବ୍ୟ ପ୍ରତି ସବୁବେଳେ ସଚେତନ ଥିଲେ। ଏନକାଉଣ୍ଟର ସ୍ପଟକୁ ସେ ଆଗରେ ଯାଉଥିଲେ।ଗାଁ ଗାଁ ବୁଲୁଥିଲେ। ନିଜ ସହକର୍ମୀ କିପରି ଭଲରେ ରହିବେ ସେଥିପ୍ରତି ସବୁବେଳେ ସଚେତନ ଥିଲେ। ତାଙ୍କର ସାହସ ଓ ଯୁଦ୍ଧ କୌଶଳ ଦେଖି ସହକର୍ମୀମାନେ ତାଙ୍କୁ ଟାଇଗର ବୋଲି କହୁଥିଲେ। ଏଥିପାଇଁ ଦୁଇ ଦୁଇଥର ସେ ସମ୍ମାନରେ ସମ୍ମାନିତ ହୋଇଛନ୍ତି।୧

ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ, କର୍ଣ୍ଣଲ ଆଶୁତୋଷ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି। ତାଙ୍କର ଦୁନିଆ ଯେମିତି ଝିଅ ପାଖରେ ହିଁ ସୀମିତ ଥାଏ। ଅଧିକାଂଶ ସମୟରେ ନିଜ ୭ ବର୍ଷର ଝିଅ ତମନ୍ନା କଥା ଅଧିକାଂଶ ସମୟରେ କୁହନ୍ତି। ସେ କେମିତି ସପିଂ ପାଇଁ ରିକ୍ୱେଷ୍ଟ କରେ, ସ୍ପୋର୍ଟସ ସୁଜ ପ୍ରତିର ଆକର୍ଷଣ, ଛୁଟିରେ ବୁଲିବାର ପ୍ଲାନିଂ କେମିତି ଝିଅ କରେ ସେ ବିଷୟରେ ବାରମ୍ବାର ତାଙ୍କ ସହକର୍ମୀଙ୍କ ଅଗରେ କୁହନ୍ତି।  ବାପା-ଝିଅଙ୍କ ଏପରି ଭଲ ପାଇବା ଦେଖି ସହକର୍ମୀମାନେ ହସନ୍ତି।

ଉଭୟଙ୍କର ଶେଷ ଦେଖା ଜୟପୁରର ଏକ ପିଜା ବାର୍‌ରେ ହୋଇଥିଲା। ଉଭୟ ଫଟୋ ଉଠାଇଥିଲେ। ତମନ୍ନା ତାଙ୍କ ବାପାଙ୍କ କୋଳରେ ବସି ଫଟୋ ଉଠାଇଥିଲେ। ଉଭୟେ ବହୁତ ଖୁସି ଥିଲେ। କର୍ଣ୍ଣଲ ଯେତେବେଳେ ଝିଅ ପାଖକୁ ଫୋନ କରନ୍ତି ଝିଅ ତାଙ୍କର ବହୁତ ଗପେ ବୋଲି ତାଙ୍କର ଜଣେ ସହକର୍ମୀ କହନ୍ତି।  ହେଲେ ଏ ସବୁକିଛି ଅଧା ରହିଗଲା..

କର୍ଣ୍ଣଲଙ୍କ ପତ୍ନୀ ପଲ୍ଲବୀ ସ୍ୱାମୀଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି। ତଥାପି ସ୍ୱାମୀଙ୍କୁ ନେଇ ସେ ଖୁବ୍‌ ଗର୍ବିତ। ସେ କୁହନ୍ତି, ‘ଜଣେ ସେନାରେ ସାମିଲ ହୋଇଗଲେ ଯେ ଦେଶର ସେବା କରିପାରିବ, ସେକଥା ଠିକ୍‌ ନୁହେଁ। କାରଣ ଦେଶ ସେବା କରିବାକୁ ହେଲେ ଜଣେ ଭଲ ମଣିଷ ହେବା ଏବଂ ଦାୟିତ୍ୱ ସମ୍ପନ୍ନ ହେବା ଆବଶ୍ୟକ। ଯେ କୌଣସି କ୍ଷେତ୍ରରେ କାମ କର ନା କାହିଁକି, ଦାୟିତ୍ୱର ସହ ନିଜ କର୍ତ୍ତବ୍ୟ କରିବା ଉଚିତ୍‌।‘

ପଲ୍ଲବୀ କହନ୍ତି, ‘ ମୁଁ ଶୁଣିବାକୁ ଚାହେଁନି, ମୋ ସ୍ୱାମୀଙ୍କ ସହୀଦ ହେବା ଖବରକୁ ନେଇ କେହି ଦୁଃଖି ହେଉ। ମୁଁ ତାଙ୍କୁ ନେଇ ଗର୍ବ କରେ। ଅନେକ ସମୟରେ ସେ ଅପରେଶନରେ ଫ୍ରଣ୍ଟରୁ ଲିଡ୍‌ କରନ୍ତି। ’

 

You might also like