ଗଣଦୁଷ୍କର୍ମ ପରେ କଲେଜ ଛାତ୍ରୀଙ୍କୁ ଅଖାରେ ଭର୍ତ୍ତି କରି ରେଲ୍‌ୱେ ଟ୍ରାକ୍‌ରେ ଫିଙ୍ଗିଦେଲେ, ତା’ପରେ…

ଇନ୍ଦୋର: କିଛିଦିନ ତଳେ ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ବାରମ୍ବାର ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ୍‌ କରିଥିବା ବେଳେ ପୁଣି ଏଭଳି ୨ଟି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ପଥରରେ ବାନ୍ଧି ଜବୀନ୍ତ ପୋତି ଦିଆଯାଇଥିଲା। ସୌଭାଗ୍ୟବଶତଃ, ନାବାଳିକା ଜଣକ ବଞ୍ଚି ଯାଇଥିଲେ। ବୈତୁଲ୍‌ରେ ଏହି ଘଟଣା ଘଟିଛି। ସେହିପରି ଇନ୍ଦୋରରେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ଛୁରାମାଡ଼ କରାଯାଇଥିଲା। ଏହାପରେ ତାଙ୍କୁ ଅଖା ଭିତରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ରେଲ୍‌ୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ। ସେମଧ୍ୟ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ।

ସୂଚନା ଅନୁସାରେ, ବୈତୁଲର ଏକ ଗାଁର ୧୪ ବର୍ଷୀୟ ଏହି ନାବାଳିକା କ୍ଷେତକୁ ଯାଇଥିବା ବେଳେ ତାଙ୍କୁ ଏକୁଟିଆ ପାଇ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ନାଳରେ ପକାଇ ପଥର ଦେଇ ତାଙ୍କୁ ଜୀବନ୍ତ କବର ଦେବାକୁ ପ୍ରୟାସ କରିଥିଲେ। ଯେତେବେଳେ ପରିବାର ଲୋକ ନାବାଳିକାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ, ଏହି ସମୟରେ ଦେଖିବାକୁ ପାଇଥିଲେ ଏକ ନାଳ ଉପରେ ପଥର ଦିଆଯାଇ ଏହାକୁ ବନ୍ଦ କରାଯାଇଛି। ସନ୍ଦେହ ହେବାରୁ ସେଠାରେ ଖୋଜିବାରୁ ନବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରି ମାମଲା ରୁଜୁ କରିଛି।

ଇନ୍ଦୋରରେ ମଧ୍ୟ ଏଭଳି କିଛି ଘଟଣା ଘଟିଛି। ପୋଲିସ୍‌ ସୂଚନା ଅନୁସାରେ, ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କ ସହ ତାଙ୍କର ପୂର୍ବତନ ପ୍ରେମିକ ଓ ତାଙ୍କର ସାଙ୍ଗମାନେ ମିଶି ଗଣଦୁଷ୍କର୍ମ କରିଥିଲେ। ନନ୍ଦିଗ୍ରାମ ସ୍ଥିତ ଏକ ଫ୍ଲାଟ୍‌ରେ ଅଭିଯୁକ୍ତମାନେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କଲେଜ ଛାତ୍ରୀ ଜଣକ କୋଚିଂ ସେଣ୍ଟରରୁ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲା। ଯୁବତୀ ଜଣକ ଅଭିଯୁକ୍ତମାନଙ୍କୁ ଧମକ ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ଛୁରାମାଡ଼ କରିବା ସହ ଅଖାରେ ଭିତରେ ଭର୍ତ୍ତି କରି ଭାଗୀରଥପୁର ରେଲ୍‌ୱେ ଟ୍ରାକ୍‌ରେ ଫୋପାଡ଼ି ଦେଇଥିଲେ। ସୌଭାଗ୍ୟବଶତଃ, ସେ ମଧ୍ୟ ବଞ୍ଚି ଯାଇଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ସୂଚନାଥାଉ କି, କିଛିଦିନ ତଳେ ମଧ୍ୟପ୍ରଦେଶର ଉମାରିଆ ଜିଲ୍ଲାରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ୫ ଦିନ ମଧ୍ୟରେ ୩ ଥର ଅପହରଣ ସହ ୯ ଜଣ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସୂଚନାଥାଉ କି, ଜାନୁଆରୀ ୯ରେ ସିଦ୍ଧି ଜିଲ୍ଲାରେ ଜଣେ ୫୦ବର୍ଷୀୟ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ମହିଳା ଜଣକ ଘର ଭିତରେ ଥିବାବେଳେ ଜଣେ ବ୍ୟକ୍ତି ୪ଜଣ ଲୋକଙ୍କ ସହାୟତାରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।

You might also like